www.samajalive.in
Monday, December 15, 2025
16.1 C
Bhubaneswar

୬ବର୍ଷ ପରେ ବି ସମ୍ପୂର୍ଣ ହେଲାନାହିଁ ସେବାମାର୍ଗ, ଓଭର ବ୍ରିଜ ରାସ୍ତା ଅନ୍ଧାର

ପାଟଣା :୨୦ ନଂ ଜାତୀୟ ରାଜପଥରେ ଦୀର୍ଘ ୬ ବର୍ଷ ହେଲା ଟୋଲ ଟିକସ ଆଦାୟ ଚାଲିଥିବାବେଳେ ଆଜି ପର୍ଯ୍ୟନ୍ତ ଏହି ରାସ୍ତା ଅନ୍ତର୍ଗତ ଢେଙ୍କିକୋଟର ଉଭୟ ପାର୍ଶ୍ବ ସେବାମାର୍ଗ କାମ ସଂପୂର୍ଣ୍ଣ ହୋଇପାରିଲାନାହିଁ । ଏପରିକି ଏହି ଅବଧିରେ ବ୍ଲାକ ସ୍ପଟ୍ ଘୋଷଣା ହୋଇଥିବା ୧ କିମି ରୁ କିଛି ଅଧିକ ଢେଙ୍କିକୋଟ ଓଭରବ୍ରିଜ ରାସ୍ତାରେ ଗୋଟିଏ ମଧ୍ୟ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ହୋଇପାରିଲା ନାହିଁ l ଆଶ୍ଚର୍ଯ୍ୟର କଥା ଏହିକି ଯେ ଟୋଲ ଟିକସ ଆଦାୟ ସମୟରୁ ଏହି ଜାତୀୟ ରାଜପଥ ଅନ୍ତର୍ଗତ ଶାଳପଡା,ପଦନା, ସାଇଁକୂଳ ଆଦି ସ୍ଥାନରେ ରାସ୍ତା ପାର୍ଶ୍ବ ଆଲୋକୀକରଣ କରାଯାଇ ସରିଥିବାବେଳେ ଘଟଗାଁ ବ୍ଲକ ଅଞ୍ଚଳର ଢେଙ୍କିକୋଟ ଓଭର ବ୍ରିଜ , ବାଟହରିଚନ୍ଦନପୁର, ଖଜୁରୀଜୁଆଣି, ଓ ପିପିଳିଆ ଆଦି ସ୍ଥାନରେ ଆଦୌ ଆଲୋକିକରଣ କରାଯାଇନାହିଁ। ଏପରିକି ମୃତ୍ୟୁଜନ୍ତା ପାଲଟିଥିବା ଢେଙ୍କିକୋଟ ଓଭରବ୍ରିଜ ରାସ୍ତାକୁ ଖୋଦ ସଡ଼କ ଓ ପରିବହନ ବିଭାଗ ବ୍ଲlକସ୍ପଟ୍ ଘୋଷଣା କରିଥିଲେ ମଧ୍ୟ ଏହି ଓଭରବ୍ରିଜ ରାସ୍ତାକୁ ଅଲୋକିକରଣ କରିବାକୁ ଭୁଲିଯାଇଛି। ଢେଙ୍କିକୋଟଠାରେ ପାଟଣା ପାର୍ଶ୍ଵ ସେବାମାର୍ଗ ଅଧାପନ୍ତରିଆ ହୋଇ ପଡ଼ିରହିଛି। ଢେଙ୍କିକୋଟ ମୁଖ୍ୟ ଛକ କଥା ନକହିଲେ ଭଲ, ଏଠାରେ ସେବା ମାର୍ଗ ରେ ଖlଲଖମl ହୋଇ ରହିଛି। ସାମାନ୍ୟ ବର୍ଷା ହେଲେ ଉକ୍ତ ଆଖପାଖରେ ବର୍ଷାଜଳ ଜମା ହୋଇ କୁତ୍ରିମ ପୋଖରୀ ସୁଷ୍ଟି ହୋଇଯାଉଛି। ଯାହାଫଳରେ ଏଠାରେ ଯାତ୍ରୀବାହୀ ବସରେ ଯାତ୍ରୀମାନଙ୍କୁ ଉଠାଇବା ସମୟରେ ଅସୁବିଧାର ସମ୍ବୁଖୀନ ହେବାକୁ ପଡୁଛି। ଯଥାଶୀଘ୍ର ଢେଙ୍କିକୋଟରେ ପାଟଣା ପାର୍ଶ୍ଵ ସେବାମlର୍ଗ କାମ ସଂପୂର୍ଣ୍ଣ ସାରିବା ଓ ସଂପୂର୍ଣ୍ଣ ଓଭର ବ୍ରିଜ ରାସ୍ତାକୁ ଆଲୋକିକରଣ କରାନଗଲେ ରାସ୍ତା ଅବରୋଧ କରିବାକୁ ସଚେତନ ନାଗରିକ ମାନେ ସଜବାଜ ହେଲେଣି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories