www.samajalive.in
Monday, December 15, 2025
16.1 C
Bhubaneswar

ପାଇପରେ ଆସୁନି ପିଇବା ପାଣି, ଜଳଯୋଗାଣ କେନ୍ଦ୍ରରେ ତାଲା ମାରିଲେ ମହିଳା

ପାଟଣା:ସପ୍ତାହେ ହେଲା ପାନୀୟ ଜଳ ପାଇପରେ ପାଣି ଆସୁ ନଥିବାରୁ ମଲ୍ଲୀପଶି ବାସୀ ପାନୀୟ ଜଳ ପାଇଁ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ଏଠାରେ ମହିଳାମାନଙ୍କ ଅସନ୍ତୋଷ ତୀବ୍ର ହେବା ପରେ ମଲ୍ଲୀପଶି କୁସୁନୁପୁର ସାହିର କିଛି ମହିଳା ଆଜି ମଲ୍ଲୀପଶି ଛକ ନିକଟ ପମ୍ପ ହାଉସ ଫାଟକକୁ ତାଲା ମାରିଛନ୍ତି। ତାଙ୍କ ସାହିକୁ ପାଣି ଯାଉନଥିବାରୁ ସେମାନେ ପମ୍ପ ହାଉସରେ ତାଲା ପକାଇବା ପରେ ବ୍ଲକ କାର୍ୟ୍ୟାଳୟରେ ବିଡ଼ିଓଙ୍କ ଉଦେଶ୍ୟରେ ଦାବିପତ୍ର ଦେଇଛନ୍ତି। ତେବେ ସ୍ୱଳ୍ପ ଶକ୍ତି ସମ୍ପନ୍ନ ମୋଟରକୁ ବଦଳ କରାଯାଇ ଉଚ୍ଚ ଶକ୍ତି ସମ୍ପନ୍ନ ମୋଟର ଲଗାଯିବ ବୋଲି ସରପଞ୍ଚ ଭାମାମଣି ଦାସ ସୂଚନା ଦେଇଛନ୍ତି। ଜଳ ଯୋଗାଣ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ମାନମାନି ଓ ମନଇଚ୍ଛା ଜଳ ଯୋଗାଣ ଯୋଗୁଁ ବେଶି ଅସୁବିଧା ହେଉଥିବା ମହିଳା ମାନେ ଅଭିଯୋଗ କରିଥିବା ବେଳେ ସବୁ ସାହି ବାସୀ ସମାନ ଭାବରେ ପାଣି ନପାଇଲେ ସବୁଦିନ ପାଇଁ ପମ୍ପ ହାଉସରେ ତାଲା ମାରିଦେବେ ବୋଲି ଧମକ ଦେଇଛନ୍ତି। ଏହାଛଡା ପାଇପ ଲାଇନରୁ ମୋଟର ଲଗାଇ ପାଣି ଚୋରାଉଥିବା ମଧ୍ୟ ଜଳଯୋଗାଣରେ ସମସ୍ୟା ସୃଷ୍ଠି କରୁଛି।ଏହାକୁ ଦୃଷ୍ଟିରେ ରଖି ବେଆଇନ ପାଣିସଂଯୋଗ କୁ ତୁରନ୍ତ ଚିହ୍ନଟ କରି ପଦକ୍ଷେପ ନେବାପାଇଁ ଦାବି ହୋଇଛି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories