www.samajalive.in
Monday, December 15, 2025
16.1 C
Bhubaneswar

ପାଟଣା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ବାଜିମାତ

ପାଟଣା: ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାରପଡା ବ୍ଲକ ୩୦ ନଂ ଜୋନ ରେ ବିଜେଡି ପ୍ରତ୍ୟାଶୀ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଚମ୍ପାବତୀ ଟୁଡୁ ୧୩ ହଜାର ୬୦୨ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଡାକ୍ତର ମୋନାଲିସା ନାୟକ ଙ୍କୁ ୧୦ ହଜାର ୯୩୯ ଖଣ୍ଡ ଭୋଟ ମିଳିଛି। ସେହିପରି ଏଠାରେ କଂଗ୍ରେସ ପ୍ରାର୍ଥୀନୀ ରାଜକୁମାରୀ ନାଏକ ଙ୍କୁ ୧୭୨୯ ଖଣ୍ଡ ଭୋଟ ମିଳିଥିବା ବେଳେ ୮୯୮ ଖଣ୍ଡ ଭୋଟ ନାକଚ ଯାଇଛି।
ଭୋଟ ଗଣତି ଅନ୍ତିମ ଦିନରେ ପାଟଣା ବ୍ଲକ ୨୩ ନଂ ଜୋନ ର ଫଳାଫଳ ପ୍ରକାଶ ପାଇଛି। ଏଠାରେ ବିଜୁ ଜନତା ଦଳ ପ୍ରାର୍ଥୀନୀ ରୁନୁ ମହାନ୍ତ ୩୪୦୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀନୀ ସଙ୍ଗୀତା ରାଣୀ ପଣ୍ଡାଙ୍କୁ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିଛନ୍ତି। ବିଜେଡ଼ି ପ୍ରାର୍ଥିନୀଙ୍କୁ ୧୨ ହଜାର ୬୧୦ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ବୀ ବିଜେପିର ସଙ୍ଗୀତା ରାଣୀ ପଣ୍ଡାଙ୍କୁ ୯୨୦୮ ଖଣ୍ଡ ଭୋଟ ମିଳିଛି। ପାଟଣା ବ୍ଲକ ର ୩ଟି ଯାକ ଜୋନରେ ଭୋଟର ବିଜେଡିକୁ ବିଜୟୀ କରାଇଥିବାରୁ ପାଟଣା ବିଧାୟକ ଜଗନ୍ନାଥ ନାଏକ ଓ ବ୍ଲକ ବିଜେଡ଼ି ସଭାପତି ମାଧବାନନ୍ଦ ପୃଷ୍ଟି ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।

କଥାରେ ଅଛି ଆଜି ଯିଏ ଫକୀର କାଲି ସେ ରାଜା। ଦିନଥିଲା ଖବର ମାଧ୍ୟମରେ ଲୋକଙ୍କ ସମସ୍ୟା ସମ୍ପର୍କରେ ସରକାରଙ୍କୁ ଜଣାଉଥିଲେ । ଆଜି କିନ୍ତୁ ସେ ନିଜେ ଲୋକଙ୍କ ସମସ୍ୟା ସମ୍ପର୍କରେ ବୁଝିବା ପାଇଁ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ଅନିରୁଦ୍ଧ ନାଏକ ବିଜେପି ସମର୍ଥନରେ ସେ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଛନ୍ତି। ବିଜେପିରୁ ବହୁ ମହାରଥୀ ଦଳ ଛାଡି ବିଜେଡି ଓ କଂଗ୍ରେସ କୁ ଚାଲି ଯାଇଥିଲେ ମଧ୍ୟ ଅନିରୁଦ୍ଧ ନାଏକ ନିଜ ଭବିଷ୍ୟତ ସାମ୍ବାଦିକ ରୁ ଆରମ୍ଭ କରିଥିବା ବେଳେ ପଞ୍ଚାୟତ ନିର୍ବାଚନରେ ଟାଙ୍ଗରପଡା ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ଭାବେ ଯତୀନ୍ଦ୍ର ନାଏକ,ମନୋରଞ୍ଜନ ମୁଣ୍ଡା,ଉପେନ୍ଦ୍ର ନାଏକ ଙ୍କ ସହ ପ୍ରତିଦ୍ୱନ୍ଦୀତା କରିଥିଲେ । ଏହି ଖୁସି ରେ ତାଙ୍କ ସମର୍ଥକ ମାନେ ଫୁଲତୋଡା ଦେଇ ବିଜୟ ଉତ୍ସଵ ମନାଇଛନ୍ତି। ପାଟଣା ବ୍ଲକ ପଲାଣଘାଟି ପଞ୍ଚାୟତର ନୂତନ ସମିତି ସଭ୍ୟ ଭାବେ ବ୍ଲକ ଅଧ୍ୟକ୍ଷ ଥିବା ବିଶ୍ୱନାଥ ନାୟକ ବିଜୟୀ ହୋଇଛନ୍ତି। ତାଙ୍କ ପତ୍ନୀ ବୀଣାପାଣି ନାୟକ ସରାସକୋଲା ପଞ୍ଚାୟତରେ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଛନ୍ତି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories