www.samajalive.in
Sunday, December 14, 2025
19.1 C
Bhubaneswar

ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକର ଘରେ ପ୍ରେମିକାର ଆତ୍ମହତ୍ୟା

ପାଟଣା : ଫେସବୁକ ଜରିଆରେ ପ୍ରେମ ଓ ଏହା ପରେ ପ୍ରେମିକ ଅନୁପସ୍ଥିତିରେ ପ୍ରେମିକର ଘରେ ପହଞ୍ଚି ଜବରଦସ୍ତ ୧୦ଦିନ ରହିବା ପରେ ହତୋତ୍ସାହିତ ହୋଇ ଯୁବତୀ ଜଣକ ପ୍ରେମିକ ଘର କୂଅରେ ପାଣି କଢ଼ା ଯାଉଥିବା ଦଉଡ଼ିରେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ଘଟଣା ପାଟଣା ଓ ଘଟଗାଁ ବ୍ଲକ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ସୂଚନା ଅନୁଯାୟୀ ପାଟଣା ବ୍ଲକ କେତାଙ୍ଗ ଗ୍ରାମର ଦଶରଥ ଦାସଙ୍କ ଝିଅ ଜାଇଫୁଲ ଦାସ (୨୫) ଢେଙ୍କିକୋଟ ନିକଟ ମହୁଲଗାଡ଼ିଆ ଗ୍ରାମର ତୋରଙ୍ଗ ନାୟକଙ୍କ ପୁଅ କୃଷ୍ଣ ନାୟକ (୨୨)ଙ୍କୁ ଫେସବୁକ ଯୋଗେ ପ୍ରେମ କରି ଆସୁଥିଲେ। କୃଷ୍ଣ ଦୀର୍ଘ ଦିନ ହେଲା କଟକରେ ଘରୋଇ କାମ କରୁଥିବାରୁ ସେ ଗ୍ରାମରେ ରହୁନଥିବା ବେଳେ ଗତ ୧୮ ତାରିଖ କଥା କଥିତ ପ୍ରେମିକା ଜାଇଫୁଲ ମହୁଲଗାଡିଆ ଗ୍ରାମକୁ ଆସି ନିଜର ପରିଚୟ ଲୁଚାଇ ମୁଁ ତୁମର ବୋହୂ ତୁମ ଘରେ ରହିବି କହି ରହିଆସୁଥିଲା। ତେବେ ସୋମବାର ସକାଳୁ ପ୍ରେମିକ ଘର କୂଅରେ ଲାଗିଥିବା ଦଉଡିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି । ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନ ମହୁଲଗାଡିଆ ଗ୍ରାମକୁ ଯାଇ କୃଷ୍ଣ ସହ ଫୋନ ଯୋଗେ କଥା ହେବାରୁ ଯୁବତୀର ପରିଚୟ ମିଳିଥିଲା । ପୁଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପାଟଣା ପଠାଇଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories