www.samajalive.in
Sunday, December 7, 2025
23.1 C
Bhubaneswar

ଅଣସର ପିଣ୍ଡିରେ ମହାପ୍ରଭୁ ; ରତ୍ନ ସିଂହାସନରେ ପଟିଦିଅଁ

ପୁରୀ : ୧୦୮ଗଡୁ ଜଳରେ ସ୍ନାନପରେ ଅସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଶ୍ରୀମନ୍ଦିର ଅଣସର ଘରେ ବିଶ୍ରାମ ନେଇଛନ୍ତି। ଏଥିପାଇଁ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ପଟ୍ଟିଦିଅଁ ପୂଜା। ଶ୍ରୀଜଗନ୍ନାଥଙ୍କ ପାଇଁ ନାରାୟଣ, ଶ୍ରୀବଳଭଦ୍ରଙ୍କ ପାଇଁ ଅନନ୍ତ ବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କ ପାଇଁ ଭୁବନେଶ୍ବରୀଙ୍କ ପୂଜା ଆରମ୍ଭ ହୋଇଛି । ପଟ୍ଟିଦିଅଁଙ୍କ ପାଖରେ ମଙ୍ଗଳଆଳତି, ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ, ଭୋଗମଣ୍ଡପ, ସନ୍ଧ୍ୟାଆଳତି, ସନ୍ଧ୍ୟାଧୂପ, ବଡ଼ସିଂହାରବେଶ ଏବଂ ବଡ଼ସିଂହାର ଭୋଗ ଆଦି ଅନୁଷ୍ଠିତ ହେଉଛି । ଦେବସ୍ନାନ ପୂର୍ଣ୍ଣିମା ତିଥିରେ ସ୍ନାନମଣ୍ଡପରେ ୧୦୮ଗଡୁ ଜଳରେ ସ୍ନାନପରେ ମହାପ୍ରଭୁ ଅସୁସ୍ଥ ହୋଇଛନ୍ତି।

ପରମ୍ପରା ଅନୁଯାୟୀ ପଟ୍ଟିଦିଅଁ ପୂଜା ଆରମ୍ଭ ହୋଇଛି। ଦଇତାପତି ସେବକମାନେ ଅଣସରଘରେ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ଗୁପ୍ତସେବା କରିବେ। ସେଠାରେ ପଣା ଓ ଚକଟା ଭୋଗ କରାଯିବ। ଅସୁସ୍ଥତା ଯୋଗୁଁ ପ୍ରଭୁ ଶୁକ୍ଳଫୁଲ ଏବଂ ସୂତାବସ୍ତ୍ର ପରିଧାନ କରିବେ। ଫୁଲୁରିତେଲ, ଦଶମୂଳ ମହୋଷଧି ଏବଂ ଖଳିଲାଗି କରାଯିବ। ଏହାପରେ ଶ୍ରୀଜୀଉ ସମ୍ପୂର୍ଣ୍ଣ ସୁସ୍ଥହୋଇ ଚକାବିଜେ କରିବେ। ଆଗାମୀ ୩୦ତାରିଖ ଦିନ ରାଜପ୍ରାସାଦ ବିଜେନୀତି ଅନୁଷ୍ଠିତ ହେବ।
ସେବକମାନେ ପ୍ରଭୁଙ୍କ ସୁସ୍ଥହେବା ଖବର ଗଜପତି ମହାରାଜାଙ୍କୁ ଜଣାଇବେ। ଜୁଲାଇ ୨ତାରିଖ ଅମାବାସ୍ୟା ତିଥିରେ ଦାରୁବ୍ରହ୍ମଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ସେଦିନ ସକାଳୁ ପଟ୍ଟିଦିଅଁଙ୍କୁ ସ୍ଥାନାନ୍ତର କରାଯିବ। ୪ତାରିଖରେ ଭାଇଭଉଣୀଙ୍କ ସହ କାଳିଆ ଠାକୁର ଶ୍ରୀଜଗନ୍ନାଥ ନବଦିନବ୍ୟାପୀ ରଥଯାତ୍ରା କରିବେ। ଦାରୁବ୍ରହ୍ମଙ୍କ ଅଣସର ପୂଜା ସମୟରେ ଅଲାରନାଥ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ପରିଲକ୍ଷିତ ହୋଇଛି। ଏହି ସମୟରେ ଅଲାରନାଥଙ୍କୁ ଦର୍ଶନର ପୁଣ୍ୟ ଶ୍ରୀଜଗନ୍ନାଥ ଦର୍ଶନ ସହ ସମାନ ବୋଲି କୁହାଯାଏ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories