ମୁମ୍ବାଇ: ବଲିଉଡ଼ ବାଦଶାହ ଶାହରୁଖ ଖାନ ବୁଧବାର ୫୭ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ସେ ତାଙ୍କ ପ୍ରଶଂସକଙ୍କୁ ଏକ ଖାସ୍ ଉପହାର ଭେଟି ଦେଇଛନ୍ତି। ଶାହରୁଖଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ୍’ର ଟିଜର୍ ଆଜି ରିଲିଜ୍ ହୋଇଛି। ଆକ୍ସନରେ ଭରପୂର ଟିଜର ଏତେ ଜବରଦସ୍ତ ଯେ, ଏଥିରେ ଶାହରୁଖ, ଜନ୍ ଆବ୍ରାହମ୍ ଓ ଦୀପିକା ପାଦୁକୋନଙ୍କୁ ଦେଖି ଆପଣଙ୍କ ଲୋମ ଟାଙ୍କୁରି ଉଠିବ।
ସାମାଜିକ ଗଣମାଧ୍ୟମରେ ‘ପଠାନ୍’ ଟିଜର ଶେୟାର କରି ଶାହରୁଖ ଲେଖିଛନ୍ତି, ଚେୟାରର ବେଲ୍ଟ ବାନ୍ଧି ନିଅନ୍ତୁ, ‘ପଠାନ୍’ ଟିଜର୍ ରିଲିଜ୍ ହୋଇଛି। ଆସନ୍ତା ବର୍ଷ ଜାନୁଆରୀ ୨୫ ତାରିଖରେ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ପ୍ରେକ୍ଷାଳୟକୁ ଆସିବ ‘ପଠାନ୍’।



