www.samajalive.in
Monday, December 15, 2025
24.1 C
Bhubaneswar

ଆଗାମୀ ଦିନରେ ଦୂର ହେବ ଆଳୁ ସମସ୍ୟା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ରାଜ୍ୟରେ ଅଗାମୀ ଦିନରେ ଆଳୁ ସମସ୍ୟାର ସ୍ଥାୟୀ ସମାଧାନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶ୍ରୀ ମାଝୀ ଓୟୁଏଟି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଗଣମାଧ୍ୟମକୁ କହିଥିଲେ ଯେ ପୂର୍ବ ସରକାରର ଆଳୁ, ପିଆଜ, ପଣସ ମିଶନ ବିଫଳ ମାରିଥିଲା। ଫଳରେ ଆଳୁ ଦର ବଢିଥିଲା। ଯେଉଁ କାରଣରୁ ଚଳିତ ବର୍ଷ ସରକାରଙ୍କୁ ବହୁ ହଇରାଣ ହେବାକୁ ପଡ଼ିଲା ।

ଆଲୋଚନା ପରେ ବି ଆଳୁ ଛାଡ଼ିଲେ ନାହିଁ ପଶ୍ଚିମବଙ୍ଗ ସରକାର। ସେଠାରେ ବ୍ୟବସାୟୀ ଚାପ ପକାଇବା ଦ୍ବାରା ସେମାନେ ଆଳୁ ଛାଡ଼ିବାକୁ ରାଜି ହେଲେ। ବର୍ତ୍ତମାନ ସରକାର ଆଗାମୀ ଦିନରେ ଆଳୁ ଅଭାବୀ ବିକ୍ରି ବନ୍ଦ କରିବାକୁ ପ୍ରସ୍ତୁତ। ଏହି ସମସ୍ୟାର ସମାଧାନ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ସବୁ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ସହ ଆଳୁ ଚାଷରେ ସ୍ବାବଲମ୍ବୀ ହେବାକୁ ପଡ଼ିବ।

- Advertisement -

ମୁଁ ନିଜେ ଆଳୁ ଚାଷ କରି ଖାଏ ଓ ପରିବାର ବି ମୋର ଆଳୁ ଚାଷ କରି ଖାଆନ୍ତି। ଯଦି ମୁଁ ଓ ମୋ ପରିବାର ଖାଇପାରୁଛୁ, ରାଜ୍ୟର ଅନ୍ୟ ଜିଲାରେ ଆଳୁ ଚାଷ ପାଇଁ ଚେଷ୍ଟା କରାଯିବା ଦରକାର। ଆଳୁ ଉପରେ ଅଧିକ ଗବେଷଣା କରିବା ସହ ରାଜ୍ୟକୁ ସ୍ବାବଲମ୍ବୀ କରିବାକୁ ମୁଖ୍ୟମନ୍ତ୍ରୀ ବୈଜ୍ଞାନିକ ଓ ଗବେଷକଙ୍କୁ ଆହ୍ବାନ ଦେଇଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories