www.samajalive.in
Monday, December 15, 2025
16.1 C
Bhubaneswar

ଶିଶୁ ଦିବସରୁ ଆରମ୍ଭ ହେବ ଶିଶୁ ଉତ୍ସବ ପତାଙ୍ଗୀ

ବୌଦ୍ଧ : ବୌଦ୍ଧ ଜିଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ୱାଇସିଡିଏ, ଜିଲ୍ଲା ଶିଶୁ ସୁରକ୍ଷା ଶାଖା, ସମଗ୍ର ଶିକ୍ଷା ଅଭିଯାନ ଓ ଚାଇଲ୍ଡ ଲାଇନର ମିଳିତ ଆନୁକୂଲ୍ୟରେ ଦୁଇଦିନିଆ ଶିଶୁ ଉତ୍ସବ ପତାଙ୍ଗୀ ଶିଶୁ ଦିବସଠାରୁ ଆରମ୍ଭ ହେବ । କଚେରୀ ପଡିଆରେ ଆୟୋଜିତ ହେଉଥିବା ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୩ଶହରୁ ଅଧିକ ଶିଶୁ ଅଂଶଗ୍ରହଣ କରିବେ। ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ସହ ଆକର୍ଷଣୀୟ ମନୋରଞ୍ଜନ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ଏହାସହ ଅଭିବାବକମାନଙ୍କ ପାଇଁ ତିନୋଟି ଶିକ୍ଷଣୀୟ କର୍ମଶାଳା ସହିତ ଶିଶୁମାନଙ୍କ ଶିକ୍ଷାରେ ବ୍ୟତିକ୍ରମ ହୋଇଥିବା ଶିକ୍ଷାର ପୁନଃଉଦ୍ଧାର କାର୍ଯ୍ୟକ୍ରମରେ ଶିକ୍ଷକମାନଙ୍କ ପାଇଁ ଏକ କର୍ମଶାଳାର ମଧ୍ୟ ବ୍ୟବସ୍ଥା ରହିଛି । ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ମାନ୍ୟବର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, କଣ୍ଟାମାଳର ମାନ୍ୟବର ବିଧାୟକ ମହିଧର ରଣା, ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାଇ ମୀନା, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ସାକ୍ଷୀଗୋପାଳ ପ୍ରଧାନ, ବୌଦ୍ଧ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାଶିନୀ ଦାସ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଅତିରିକ୍ତ ଜିଲ୍ଲାପାଳ ବାବିତାରଣୀ ଦଳବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଉଦୟନାଥ ମାଝୀ, ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର ପ୍ରମୁଖ ସଦୟ ସମ୍ମତି ପ୍ରଦାନ କରିଛନ୍ତି । ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ ୱାଇସିଡିଏର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ମେହେର କହଛନ୍ତି ଯେ, ପିଲାମାନଙ୍କ ଭିତରେ ଅନ୍ତର୍ନିହିତ ପ୍ରତିଭାର ଚିହ୍ନଟ ସୃଜନଶୀଳତା, ନେତୃତ୍ୱ ନେବାର ଦକ୍ଷତା ବିକାଶ ଏହି ଉତ୍ସବର ମୂଳ ଲକ୍ଷ୍ୟ । ଉଭୟ ଶାରୀରିକ ଓ ମାନସିକ ପ୍ରତିଭାର ବିକାଶ ପାଇଁ ପତାଙ୍ଗୀରେ ବିଭିନ୍ନ ପ୍ରତିଯୋଗୀତା ରହଛି । ଅଭିଭାବକମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପିଲାଙ୍କୁ ସଠିକ ଲାଳନପାଳନ କରିବାର କୌଶଳ, ବିଦ୍ୟାଳୟ ପରିଚାଳନା କମିଟି ସମ୍ପର୍କରେ ଧାରଣା ଏବଂ ଶିକ୍ଷାର ପୁନଃଉଦ୍ଧାର ଯୋଜନା ସର୍ମ୍ପକରେ ବିଭିନ୍ନ କର୍ମଶାଳାର ଅୟୋଜନ ହୋଇଛି । ପତାଙ୍ଗୀ ଉଭୟ ଶିଶୁ ଓ ଅଭିଭାବକଙ୍କ ପାଇଁ ଏକ ଶିକ୍ଷଣୀୟ ଓ ଆକର୍ଷକ ଅନୁଭୂତି ହେବ ବୋଲି ମେହେର ମତ ଦେଇଛନ୍ତି। ପତାଙ୍ଗୀ ଆୟୋଜନକୁ ନେଇ ଜିଲ୍ଲାର ଶିଶୁ, ଅଭିଭାବକ ଓ ଜନସାଧରଣଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସହଯୋଗ ଯୋଗାଇ ଦିଆଯାଉଛି।

Hot this week

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

Related Articles

Popular Categories