www.samajalive.in
Monday, December 15, 2025
16.1 C
Bhubaneswar

ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି କିରିବାଞ୍ଜି ସଂରକ୍ଷିତ ଜଙ୍ଗଲ; ଦିନ ଦ୍ୱିପ୍ରହରରେ ହେଉଛି ଗଛ କଟା !  

ପାଟଣାଗଡ଼: ପାଟଣାଗଡ଼ ବନବିଭାଗ ରେଞ୍ଜ କିରିବାଞ୍ଜି ଗଏଲମରା ବିଟ୍ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବିଗତ କିଛି ଦିନ ହେବ ବହୁ ମୂଲ୍ୟବାନ ଶାଗୁଆନ ଗଛ କାଟି ଦିଆଯାଇଥିବା ଦେଖିବାକୁ ମିଳିଛି । ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଜାଣତରେ ଗଛ କାଟି ଚାଲାଣ କରୁଥିବା ଅଭିଯୋଗ ହେଉଛି । କାଠ ମାଫିଆ ସହ ବନ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ନେଇ ଆଲୋଚନା ହେଉଛି।

କିରିବାଞ୍ଜି ସଂରକ୍ଷିତ ଜଙ୍ଗଲରେ ବହୁ ମୂଲ୍ୟବାନ ଶାଗୁଆନ, ଶିଶୁ, ଶାଳ ଆଦି ଗଛ ଭରପୁର ରହିଛି। ଏବେ ସଂରକ୍ଷିତ ଜଙ୍ଗଲ କାଠ ଚୋରଙ୍କ ଭୂସ୍ଵର୍ଗରେ ପରିଣତ ହୋଇ କ୍ଷୟ ହେବାରେ ଲାଗିଛି। ଗରିବ ଲୋକମାନେ ନିଜ ବ୍ୟବହାର ପାଇଁ ଜଙ୍ଗଲରୁ ଜାଳେଣି କାଠ, ଝାଟି ସଂଗ୍ରହ କଲେ ବନ କର୍ମଚାରୀଙ୍କ ଶିକାର ହେଉଥିବା ବେଳେ ବଡ଼ ବଡ଼ ଗଛ କାଟି ମାଫିଆ ମାନେ ଅନାୟସରେ ବ୍ୟବସାୟ ଚଳାଇଛନ୍ତି । ବନ ବିଭାଗର ନୀରବତା ଏହି ଜଙ୍ଗଲକୁ ଧ୍ୱଂସ କରିବାକୁ ସୁନିୟୋଜିତ ଯୋଜନାର ଅଂଶ ବିଶେଷ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କିରିବାଞ୍ଜି ଗଏଲମରା ବିଟ୍ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଘଞ୍ଚ ଜଙ୍ଗଲ ଭରା ମୂଲ୍ୟବାନ ଶାଗୁଆନ ଶିଶୁ, ଶାଳ, କେନ୍ଦୁ, ବିଜା, ଅଁଳା, ବାହାଡା ବାଉଁଶ ଆଦି ଗଛ ସହ ଔଷଧୀୟ ଗୁଳ୍ମ ଜାତୀୟ ପ୍ରାକୃତିକ ପରିବେଶକୁ କାଟି ଧ୍ୱଂସ କରିବାରେ ବନ ବିଭାଗର ବଡ ଭୂମିକା ରହିଥିବା ଅଭିଯୋଗ ହେଉଛି। ଏଥିପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି ।

- Advertisement -

 

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories