ଶିକ୍ଷାନୁଷ୍ଠାରେ ରାଗିଂ ଏକ ସାମାଜିକ ବ୍ୟାଧି
ବଲାଙ୍ଗିର: ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷ ଠାରେ ମାହେଶ୍ୱରୀ ସାମାଜିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ‘ଶିକ୍ଷାନୁଷ୍ଠାନରେ ରାଗିଂ ଏକ ବ୍ୟାଧି ଓ ଏହାର ନିଦାନ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।
ଆଲୋଚନାରେ କୁହାଯାଇଥିଲା କି ଅନେକ ସ୍ୱପ୍ନ ନେଇ କଲେଜ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ପାଦ ଦିଅନ୍ତି । ସେତେବେଳେ ରାଗିଂ ଭଳି ଏକ ସାମାଜିକ ବ୍ୟାଧି ସେମାନଙ୍କ ସ୍ୱପ୍ନ ସହ ଖେଳେ । ରାଗିଂ କରୁଥିବା ଲୋକ ଏଥିରୁ ବିଶେଷ କିଛି ଲାଭ ପାଏ ନାହିଁ । ବରଂ ରାଗିଂ ଶିକାର ହେଉଥିବା ଛାତ୍ରଛାତ୍ରୀଙ୍କୁ ମାନସିକ ରୋଗଗ୍ରସ୍ତ କରାଏ । ଫଳରେ କିଛି ସମୟ ଧରି ସେହି ପରିବେଶରେ ଅଣନିଃଶ୍ୱାସୀ ହୋଇଥାନ୍ତି । ଆଉ ତା ପରେ ଶିକ୍ଷାନୁଷ୍ଠାନରେ ସମ୍ବେଦନଶୀଳ ଘଟଣା ଘଟିଥାଏ ।
ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ଆଲୋଚନା ଚକ୍ରରେ ଅତିଥି ବକ୍ତା ଭାବେ ମହିଳା ମହାବିଦ୍ୟାଳୟ ମନସ୍ତତ୍ତ୍ୱ ବିଭାଗ ବରିଷ୍ଠ ଅଧ୍ୟାପିକା ସୁନନ୍ଦିନୀ ଦାସ,ବରିଷ୍ଠ ଆଇନଜୀବୀ ପ୍ରମୋଦ ମିଶ୍ର ଓ ବରିଷ୍ଠ ସାମ୍ବାଦିକ ମନରଂଜନ ଯୋଷୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ନିର୍ଦ୍ଦେଶକ ଅଙ୍କୁଶ ପାଣ୍ଡିଆ ପରିଚାଳନା କରିଥିଲେ ।
ଏହି ଆଲୋଚନା ଚକ୍ରରେ ରାଗିଂ ଯୋଗୁ ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ, ପରିବାର ଓ ସାମାଜିକ ବ୍ୟବସ୍ଥାରେ କିଭଳି ଏହାର ପ୍ରଭାବ ପଡୁଛି । ଏହାକୁ ନେଇ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିବା ବେଳେ ଏହାର ଆଇନଗତ ଦିଗ ଉପରେ ବରିଷ୍ଠ ଆଇନଜୀବୀ ଶ୍ରୀ ମିଶ୍ର ଆଲୋକପାତ କରିଥିଲେ । ରାଗିଂ ଏକ ସାମାଜିକ ବ୍ୟାଧି ପାଲଟିଲାଣି । ଏହାକୁ ସମସ୍ତେ ମିଶି ସମୂଳେ ନାଶ କରିବା ଉଚିତ୍ । ବର୍ତ୍ତମାନ ଶିକ୍ଷାନୁଷ୍ଠାନ ମାନଙ୍କରେ ଏହା ଉତ୍କଟ ସମସ୍ୟା ଧାରଣ କରିଥିବା ବେଳେ ଏଥି ପାଇଁ ବଳିଷ୍ଠ ଆଇନ ବ୍ୟବସ୍ଥା ପାଇଁ ମତପ୍ରକାଶ ପାଇଛି । ଏହି ଆଲୋଚନା ଚକ୍ରରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନର କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ ।
Comments are closed.