ପାଟଣାରେ କୁକୁଡ଼ା ଚାଷୀ ସଂଘର ବୈଠକ; ୧୫ରୁ କୁକୁଡ଼ା ଚିଆଁ ସଂଗ୍ରହ ବନ୍ଦ
ପାଟଣା: କୁକୁଡ଼ା ଚିଆଁ ସଂଗ୍ରହ ନକରିବାକୁ ଚେତାବନୀ ଦେଇଛନ୍ତି କୁକୁଡ଼ା ଚାଷୀ । କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକର କୁକୁଡ଼ା ଚାଷୀ ମାନଙ୍କ ଉପସ୍ଥିତିରେ ଆଜି ପାଟଣା ଶିବ ମନ୍ଦିର ପ୍ରାଙ୍ଗଣରେ ଭକ୍ତବନ୍ଧୁ ମହାନ୍ତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କୁକୁଡ଼ା ଚାଷୀ ସଂଘର ସଭାପତି ସନାତନ ପାତ୍ର, ସଂପାଦକ ମୃତ୍ୟୁଞ୍ଜୟ ମହାପାତ୍ର, କୋଷାଧ୍ୟକ୍ଷ ସୁଦର୍ଶନ ମୁଣ୍ଡାଙ୍କ ଉପସ୍ଥିତିରେ କୁକୁଡ଼ା ଫାର୍ମ ମାଲିକ ମାନେ ବାହାରକୁ କୁକୁଡ଼ା ଯୋଗାଇ ଆସୁଛନ୍ତି । ସଂସ୍ଥା ମାନେ କୁକୁଡ଼ା ଫାର୍ମ ମାଲିକ ମାନଙ୍କୁ ଏକ ପ୍ରକାର ଶୋଷଣ କରିଚାଲିଛନ୍ତି। ତାହା ଉପରେ ଆଲୋଚନା ହୋଇଥିଲା । ଏହିପରି କୁକୁଡ଼ା ଚାଷୀ ମାନେ ସଂସ୍ଥା ମାନଙ୍କ ଦ୍ଵାରା ଶୋଷିତ ହୋଇ ଆସୁଥିବା କୁକୁଡ଼ା ଚାଷୀ ମାନେ ଫାର୍ମରେ ଖାଦ୍ୟ କିଣା ଠାରୁ କୁକୁଡ଼ା ଟିକାକରଣ, ସାମଗ୍ରୀ ବୃଦ୍ଧି ପାଉଥିବା ବେଳେ କୁକୁଡ଼ା ଫାର୍ମ ଚାଷୀ ମାନଙ୍କୁ ବହୁ ଆର୍ଥିକ କ୍ଷତି ସହିବାକୁ ପଡୁଛି ।
ଏନେଇ କୁକୁଡ଼ା ଚାଷୀ ସଂଘ ପକ୍ଷରୁ ଗତ ୯ ତାରିଖ କେନ୍ଦୁଝର ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇ ଥିଲା । ଏମିତି ସ୍ଥିତିରେ ଭାଗ କୁକୁଡ଼ା ଚାଷୀ ମାନେ କମ୍ପାନୀ ମାନଙ୍କ ପାଖରୁ କୁକୁଡ଼ା ପାଳନ କ୍ଷେତ୍ରରେ ପ୍ରତି କି.ଗ୍ରା ରେ ୫ରୁ ୭ ଟଙ୍କା ଦିଆଯିବା ପରିବର୍ତ୍ତେ ୧୦ଟଙ୍କା ନଦିଆଗଲେ କୁକୁଡ଼ା ଚାଷୀ ମାନେ କୁକୁଡ଼ା ପାଳନ କ୍ଷେତ୍ରରେ ସମ୍ଭବ ହେବ ନାହିଁ ବୋଲି ସଂଘର ସଭାପତି ସନାତନ ପାତ୍ର ପ୍ରକାଶ କରିଛନ୍ତି । ଏପଟେ ରାଇସମିଲ୍ ଗୁଡିକରେ ତୁଷ କିଗ୍ରା ପ୍ରତି ୧ଟଙ୍କାରୁ ୨ଟଙ୍କାରେ ମିଳୁଥିବା ବେଳେ ଏବେ ୧୨ଟଙ୍କାରୁ ୧୬ଟଙ୍କା ରାଇସମିଲରେ ତୁଷ କିଣିବାକୁ ପଡୁଛି । କୁକୁଡ଼ା ଚାଷୀ ମାନେ କମ୍ପାନୀ ତରଫରୁ ତୁଷକୁ ବିନା ମୂଲ୍ୟ ଯୋଗାଇ ଦେବା ସହ କୁକୁଡ଼ା ପାଳନ ନିମନ୍ତେ ସର୍ବନିମ୍ନ ୧୦ଟଙ୍କା ସହାୟତା ଯୋଗାଇ ନଦିଆଗଲେ ଆସନ୍ତା ୧୫ ସେପ୍ଟେମ୍ବରରୁ କୁକୁଡ଼ା ଛୁଆ କେନ୍ଦୁଝର ଜିଲ୍ଲାର କୌଣସି କୁକୁଡ଼ା ଚାଷୀ କୁକୁଡ଼ା ଚିଆଁ ଯୋଗାଇ ଦେବାକୁ ଅନୁମତି ଦେବେ ନାହିଁ ବୋଲି କୁକୁଡ଼ା ଚାଷୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଏହା ସହ କୌଣସି କୁକୁଡ଼ା ଚାଷୀ ସଂଘର ବିନା ଅନୁମତିରେ କୁକୁଡ଼ା ଚିଆଁ ସଂଗ୍ରହ ନକରିବାକୁ ସଂଘ ପରାମର୍ଶ ଦେଇଛି । ଯଦି କୁକୁଡ଼ା ଚିଆଁ ସଂଘର ବିନା ଅନୁମତିରେ କୁକୁଡ଼ା ଚାଷୀ ଗ୍ରହଣ କରିବେ ସଂଘ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯିବ ବୋଲି ସଂଘ ସଭାପତି ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ କୁକୁଡ଼ା ମାଂସ ବିକ୍ରି ସମୟରେ କୁକୁଡ଼ା ଚାଷୀ ଓ ଭାଗ ଚାଷୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ମୂଲ୍ୟ ନିର୍ଦ୍ଧାରଣ କରିବାକୁ ସଂଘ ପକ୍ଷରୁ ଦାବି ହୋଇ ଥିବା ବେଳେ ଏହି ବୈଠକରେ ଶତାଧିକ କୁକୁଡା ଚାଷୀ ଉପସ୍ଥିତ ଥିଲେ।
Comments are closed.