ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ତଣ୍ଡୋ ଗ୍ରାମରେ ଗଛରୁ ପଡି ଜଣେ ଯୁବକ ଗୁରୁତର ହୋଇ ପ୍ରଥମେ ପାଟଣା ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତୀ ହୋଇଛନ୍ତି। ସୂଚନା ଅନୁସାରେ ଉକ୍ତ ଗ୍ରାମର ଲିପୁନ ମୁଣ୍ଡା (୨୫) ଘର ନିକଟରେ ଥିବା କୁସୁମ କୋଳି ଗଛକୁ କୋଳି ତୋଳିବା ପାଇଁ ଚଢିଥିଲେ। ଭାରସାମ୍ୟ ହରାଇ ବାରୁ ଗୋଡ଼ ଖସି ଯିବାରୁ ତଳେ ପଡି ଯାଇଥିଲେ। ପରିବାର ଲୋକେ ତାଙ୍କୁ ପାଟଣା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଅଵସ୍ଥା ଗୁରୁତର ଥିବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଲିପୁନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।
Popular Categories



