www.samajalive.in
Monday, December 15, 2025
15.1 C
Bhubaneswar

ସାହାରପଡା ପ୍ରାଥମିକ ଶିକ୍ଷକ ସଂଘର ବୈଠକ

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ନୂତନ ପେନସନ ଯୋଜନାର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା ହୋଇଥିଲା। ଏନପିଏସ ପଇସା ଉଠାଣ, ଶିକ୍ଷକମାନଙ୍କର କ୍ୟାଡର କାମର ଅଗ୍ରଗତି ସମ୍ପର୍କରେ ରାଜ୍ୟ ଉପସଭାପତି ମନୋଜ କୁମାର ମହାନ୍ତ ସଭାରେ ଉପସ୍ଥିତ ଥିବା ଶିକ୍ଷକ ଏବଂ ଶିକ୍ଷୟତ୍ରୀମାନଙ୍କୁ ଅବଗତ କରାଇଥିଲେ। ରାଜ୍ୟ ସଂଯୋଜକ ଶ୍ରୀକାନ୍ତ ପଟ୍ଟନାୟକ ବିଗତ ଦିନର ଇତିହାସ ସହିତ କିପରି ପୁରୁଣା ପେନସନ ହାସଲ କରାଯାଇ ପାରିବ ସେ ବାବଦରେ ଆଲୋକପାତ କରିଥିଲେ। ତେବେ ଏହି ବୈଠକରେ ପାଟଣା ବ୍ଲକ ସଭାପତି ପ୍ରମୋଦ ମହାନ୍ତ, ଆନନ୍ଦପୁରର ବିବେକାନନ୍ଦ ବେହେରା, ସାହାରପଡା ବ୍ଲକ ସଭାପତି କଳାକର ମହାନ୍ତ, ପୂର୍ବତନ ସଭାପତି ଅନ୍ତର୍ଯ୍ୟାମୀ ମହାପାତ୍ର, ମନୋରଞ୍ଜନ ବେହେରା, ଖଗେଶ୍ୱର ମହାନ୍ତ ପ୍ରମୁଖ ପୁରୁଣା ପେନସନ ଲାଗୁ କରିବା ଦିଗରେ ମତବ୍ୟକ୍ତ ରଖିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories