ପାଟଣା: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର କପାସପଡା ସୀତା ନଦୀ ପୋଲ ନିକଟରେ ଚଳନ୍ତା ବାଇକରୁ ଖସିପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ନିକଟସ୍ଥ ମୁକ୍ତାପୁର ଗ୍ରାମର ଛବି ମୁଣ୍ଡାଙ୍କ ପତ୍ନୀ ଦ୍ରୌପଦୀ ମୁଣ୍ଡା (୪୫) ବୋଲି ଜଣାପଡିଛି। ସେ ସୀତିବିଞ୍ଜି ଗ୍ରାମର ନିଜ ଜ୍ବାଇଁ ଟୁନା ହେମ୍ବ୍ରମଙ୍କ ବାଇକରେ ବସି ଢେଙ୍କିକୋଟ ସାପ୍ତାହିକ ହାଟରୁ ମୁକ୍ତାପୁର ଗ୍ରାମକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛନ୍ତି।
Popular Categories



