www.samajalive.in
Monday, December 15, 2025
17.1 C
Bhubaneswar

ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦାବିନେଇ ଉତ୍ତରାଞ୍ଚଳ କମିଶନରଙ୍କୁ ଜଣାଇଲେ ଲହଣ୍ଡା ଗ୍ରାମବାସୀ

ରେଙ୍ଗଲିକ୍ୟାମ୍ପ:ଅତାବିରାରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠାକୁ ନେଇ ଚାଲିଛି ଟଣା ଓଟରା । ୨୦୨୨/୨୩ ପାଇଁ ଏହି ବିଦ୍ୟାଳୟରେ ଅନଲାଇନ୍ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି, ହେଲେ ବିଦ୍ୟାଳୟ କେଉଁଠାରେ ସ୍ଥାପନା କରାଯିବ ଆଜି ପର୍ୟ୍ୟନ୍ତ ତାହା ସ୍ଥିର ହୋଇପାରିନାହିଁ। ଗୋଟିଏ ପଟେ ଭୋଇପୁରାରେ ଏହି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବି କରାଯାଉଛି। ସେହିପରି ଲହଣ୍ଡା ଗ୍ରାମରେ ମଧ୍ୟ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବା ପାଇଁ ଦାବି ରହୁଛି। ଲହଣ୍ଡା ଗ୍ରାମବାସୀଙ୍କ କହିବା ଅନୁସାରେ ୨୦୧୯ ନିର୍ବାଚନ ପୂର୍ବରୁ ଜିଲାର ପ୍ରକଳ୍ପ ସମୂହର ଶିଳାନ୍ୟାସ ସମୟରେ ମୁଖ୍ୟ ମନ୍ତ୍ରୀ ଅତାବିରା ବ୍ଲକ ପାଇଁ ଆଦର୍ଶ ବିଦ୍ୟାଳୟ ଲହଣ୍ଡା ଗ୍ରାମରେ ସ୍ଥାପିତ ହେବ ବୋଲି ଘୋଷଣା କରିଥିଲେ। କାରଣ ଲହଣ୍ଡା ମୌଜାରେ ବହୁ ପରିମାଣର ସରକାରୀ ଜମି ରହିଛି ଏବଂ ଏହି ଜମି ଆଦର୍ଶ ବିଦ୍ୟାଳୟ ପାଇଁ ସମସ୍ତ ମାନଦଣ୍ଡକୁ ପୁରଣ କରୁଛି। ଏପରିକି ଅନଲାଇନରେ ନାମଲେଖା ସମୟରେ ୱେବସାଇଟରେ ମଧ୍ୟ ଲହଣ୍ଡା ଗ୍ରାମ ଦର୍ଶାଉଛି । କିନ୍ତୁ ରାଜନୈତିକ ଅଭିସନ୍ଧି ଚଳାଇ ୱାର୍ଡ ନଂ ୫ ଭୋଇପୁରା ଠାରେ ସରକାରୀ ଜମି ଅଧିଗ୍ରହଣ ପାଇଁ ଚାପ ସୃଷ୍ଟି କରାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାଦ୍ବାରା ଅବିଭକ୍ତ ସମ୍ବଲପୁର ଜିଲାର ଖ୍ୟାତି ସମ୍ପନ୍ନ ଲହଣ୍ଡା ଗ୍ରାମର ମର୍ୟ୍ୟାଦା କ୍ଷୂର୍ଣ୍ଣ ହେବା ସହ ଅଞ୍ଚଳର ସ୍ବାଭିମାନୀ ଲୋକଙ୍କୁ ବ୍ୟଥିତ କରୁଛି ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ମୁଖ୍ୟ ମନ୍ତ୍ରୀଙ୍କ ଘୋଷଣାକୁ କେଉଁ ସ୍ୱାର୍ଥରେ ଅବମାନନା କରାଯାଉଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ତେଣୁ ଭୋଇପୁରା ମୌଜାର ଜମି ଅଧିଗ୍ରହଣକୁ ରଦ୍ଦ କରି ଲହଣ୍ଡା କିମ୍ବା କେନ୍ଦୂ ପାଲି ମୌଜାରର ଜମିକୁ ଆଦର୍ଶ ବିଦ୍ୟାଳୟ ପାଇଁ ଅଧିଗ୍ରହଣ କରାଯାଉ ବୋଲି ଆଜି ଗ୍ରାମବାସୀ ଉତ୍ତରାଞ୍ଚଳ କମିଶନର ସମ୍ବଲପୁରଙ୍କୁ ଲିଖିତ ମାଧ୍ୟମରେ ଜଣାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories