www.samajalive.in
Monday, December 15, 2025
15.1 C
Bhubaneswar

ତୁରୁମୁଙ୍ଗାରେ ଶ୍ରୀ ବିଦ୍ୟାବାଟିକା ଉଦଘାଟିତ

ପାଟଣା:ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଠାରେ ଶ୍ରୀ ଵିଦ୍ୟାବାଟିକା ନାମକ ଏକ ନୂତନ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଆଜି ମୁଖ୍ୟଅତିଥି ବରିଷ୍ଠ ସାମ୍ବାଦିକ ତଥା ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ସଭାପତି ନୃସିଂହ ନାଥ ସିଂହଙ୍କ ଦ୍ଵାରା ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଶ୍ରୀ ସିଂହ ତାଙ୍କ ବକ୍ତବ୍ୟରେ ଏହି ଶିକ୍ଷାୟତନ ତୁରୁମୁଙ୍ଗା ଅଞ୍ଚଳବାସୀ ଙ୍କ କୋମଳମତି ଶିଶୁ ମାନଙ୍କ ପାଇଁ ନୂଆ ଆଶା ଦେଖାଇବ ବୋଲି ମତ ରଖିଛନ୍ତି। ଶ୍ରୀ ବିଦ୍ୟାବାଟିକାର ସଂସ୍କାପକ ଅନିଲ ଚୱଦା ବିଦ୍ୟାଳୟର ସ୍ଥାପନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ।

ମୁଖ୍ୟ ଅତିଥି ଶ୍ରୀ ସିଂହଙ୍କ ସହ ସମ୍ମାନୀତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପୀନାଥ ସାହୁ ଓ ନିର୍ମଳ ଚନ୍ଦ୍ର ସାହୁ, ଅବସରପ୍ରାପ୍ତ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଧରଣୀଧର ଦାସ, ଅବସରପ୍ରାପ୍ତ ଶିକ୍ଷକ କୁଳମଣି ସାହୁ, ସେବା ଫାଉଣ୍ଡେସନ ଅଧ୍ୟକ୍ଷ ଡକ୍ଟର ସତ୍ୟବ୍ରତ ସାହୁ ପ୍ରମୁଖ ଯୋଗ ଦେଇ ନୂତନ ଶିକ୍ଷାନୁଷ୍ଠାନ ଉତ୍ତରତୋର ଉନ୍ନତି କାମନା କରିଥିଲେ। ମୁକ୍ତାବେନ ଫାଉଣ୍ଡେସନ ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଅନିଲ ଚାଓଡାଙ୍କ ସହ ସକ୍ଷମ ର ଗୋପୀନାଥ ମହାନ୍ତ ଓ ନିରଞ୍ଜନ ବେଜ, ବୀରକିଶୋର ମହାନ୍ତ, ସେବା ଫାଉଣ୍ଡେସନର ନିର୍ଦେଶକ ଦିଲୀପ କୁମାର ସାହୁ, ଗୁପ୍ତାଞ୍ଜଳି ନାୟକ, ମଧୁସୂଦନ ମହାନ୍ତ, ଶ୍ରୀ ଗୁରୁକୂଳ ଅଧ୍ୟକ୍ଷ ସରୋଜ କୁମାର ସାହୁ, ସୁନିତା ସାହୁ, ବିଜୟନୀ ପ୍ରତିହାର, ଅଧିକାରୀ ଖଣ୍ଡା, କିର୍ତିମୟୀ ଓଝା, ମାନସୀ ନାଏକ, ଜୟଦେବ ଗିରି, ଟୁନା ନାୟକ ପ୍ରମୁଖ ଉଦଘାଟନ ସମାରୋହରେ ସାମିଲ ଥିଲେ। ଶ୍ରୀ ନିବାସ ଝାଲିଆ ଓ ଗୌରୀ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories