www.samajalive.in
Monday, December 15, 2025
15.1 C
Bhubaneswar

କେନ୍ଦୁଝର ଜିଲ୍ଲା ଆଦିତ୍ୟ ବାହିନୀର ଜିଲ୍ଲାସ୍ତରୀୟ ସମ୍ମିଳନୀ

ପାଟଣା: ଜଗତଗୁରୁ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ମଠ ପୁରୀଙ୍କ ଦ୍ଵାରା ପରିଚାଳିତ ଆଦିତ୍ୟ ବାହିନୀ ଆନନ୍ଦବାହିନୀର କେନ୍ଦୁଝର ଜିଲ୍ଲା ଶାଖାର ଜିଲ୍ଲାସ୍ତରୀୟ ସମ୍ମିଳନି ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲୀପଶି ଠାରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ଶାଖାର କ୍ଷେତ୍ରୀୟସମ୍ପାଦକ ପ୍ରହଲ୍ଲାଦ ମହାନ୍ତ ଙ୍କ ତତ୍ବାବଧାନ ଓ ପାର୍ଥସାରଥୀ ବେଜ ଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ ଆଦିତ୍ୟବାହିନୀର ମହାମନ୍ତ୍ରୀ ଶୁଭେନ୍ଦୁ ସ୍ବାଇଁ, ଉତ୍ତର ବିଭାଗ ସମ୍ପର୍କ ସଚିବ ରଘୁନାଥ ମହାନ୍ତ, ମୟୁରଭଞ୍ଜ କ୍ଷେତ୍ରିୟ ସମ୍ପାଦକ ସୀତାନାଥ ମହାନ୍ତ, ସଭାପତି ବାରିପଦା ଶାଖା ସଞ୍ଜୟ କୁମାର ପଣ୍ଡା, ଲିଙ୍ଗରାଜ ପତି କ୍ଷେତ୍ରୀୟ ସମ୍ପାଦକ କଟକ ଯୋଗଦାନ କରିଥିଲେ।

କାର୍ଯ୍ୟକ୍ରମରେ ମନୋରଞ୍ଜନ ମହାନ୍ତ, ଭାବଗ୍ରାହୀ ମହାନ୍ତ, ରଂଜନ କୁମାର ବାରିକ, ଦୁର୍ଯ୍ୟଧନ ମହାନ୍ତ, ସୁଦର୍ଶନ ନାଏକ ସୁଦାମ ଦାସ, ସନାତନ ନାଏକ, ଦୀନବନ୍ଧୁ ନାଏକ, ଘନଶ୍ୟାମ ମହାନ୍ତ ପ୍ରମୁଖଙ୍କ ସହିତ ଆନନ୍ଦ ବାହିନୀର ଦମୟନ୍ତି ନାଏକ, ବିଷ୍ଣୁପ୍ରିୟା ବେଜ, ଦମୟନ୍ତି ନାଏକଙ୍କ ସହିତ ଶତାଧିକ କର୍ମକର୍ତା ଉପସ୍ଥିତ ଥିଲେ।ମଲ୍ଲୀପଶି ଜଗନ୍ନାଥ ମନ୍ଦିର ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ କେନ୍ଦୁଝର ମହାରାଣୀ ସୁନନ୍ଦୀନି ଭଞ୍ଜଦେଓ, ଅଜୟ କୁମାର ଦାଶ, ଅରୁଣ କୁମାର ମିଶ୍ର, ସନାତନ ଦାଶ ପ୍ରମୁଖ ଯୋଗଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories