ସାହାରପଡାରେ ସଙ୍କଟ ମୋଚକ ଭୂମିକାରେ ସନାତନ

ପାଟଣା:କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ଗୁରୁତ୍ୱପୂର୍ଣ୍ଣ ସାହାରପଡ଼ା ବ୍ଲକ ର ୨୯ନମ୍ବର ଜୋନ ଅନ୍ତର୍ଗତ ଉଦୟପୁର ଓ ୩୦ନଂ ଜୋନ ଅନ୍ତର୍ଗତ ମାଛଗଡରେ ନିର୍ବାଚନୀ ସଭାରେ ଯୋଗ ଦେଇ ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ୨୯ନଂ ଜୋନରେ ବିଜେଡ଼ି ପ୍ରାର୍ଥୀ ବୁଦ୍ଧଦେବ ମହାକୁଡ଼ ଓ ୩୦ନଂ ଜୋନର ବିଜେଡ଼ି ପ୍ରାର୍ଥୀନୀ ଚମ୍ପାବତି ଟୁଡୁଙ୍କୁ ଜିତାଇବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଜିଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଏଥର ୩୦ନଂ ଜୋନ ପରିବର୍ତ୍ତେ ୨୯ନଂ ଜୋନରେ ପ୍ରାର୍ଥୀ ହୋଇଥିବାରୁ ବିଜେପିର ପ୍ରଭାବକୁ ପ୍ରତିହିତ ପାଇଁ ସାହାରପଡ଼ା ବ୍ଲକରେ ଆଜି ପ୍ରଚାରର ଶେଷ ଦିନରେ ସନାତନ ମହାକୁଡ଼ ସଙ୍କଟମୋଚକ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ତାଙ୍କ ସହ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଜିଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର,ଜିଲ୍ଲା ବିଜୁ କୃଷକ ଜନତା ଦଳ ଜିଲ୍ଲା ସଭାପତି ଦୀପକ କୁମାର ରାଜ,ଜିଲ୍ଲା ବିଜେଡ଼ି ଏସ.ସି.ସେଲ ସଭାପତି ଭରତ ଚନ୍ଦ୍ର ପାତ୍ର, ପୂର୍ବତନ ସାହାରପଡା ବ୍ଲକ ଅଧ୍ୟକ୍ଷ ରବିନ୍ଦ୍ର କୁମାର ନାଏକ ପ୍ରମୁଖ ନିର୍ବାଚନୀ ସଭାରେ ଯୋଗ ଦେଇ ବିଜୁ ଜନତା ଦଳ ରାଜ୍ୟବାସୀଙ୍କ ପ୍ରଗତି ପାଇଁ ଅହରହ ଉଦ୍ୟମ କରୁଥିବା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣେ ବିକାଶ ପୁରୁଷ ହୋଇଥିବାରୁ ବିଜୁ ଜନତା ଦଳକୁ ବିପୁଳ ଭୋଟ ଦେବାକୁ ନେତୃବୃନ୍ଦ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

 

prayash

ଉଦୟପୁର ଠାରେ ୨୯ନଂ ଜୋନ ପ୍ରାର୍ଥୀ ବୁଦ୍ଧଦେବ ମହାକୁଡ଼ ଓ ମାଛଗଡ ଠାରେ ୩୦ନଂ ଜୋନ ପ୍ରାର୍ଥୀନୀ ଚମ୍ପାବତି ଟୁଡୁ ନିର୍ବାଚନୀ ସଭାରେ ସାମିଲ ଥିଲେ। ଉଦୟପୁର ଠାରେ ସମର୍ଥକ ମାନଙ୍କ ପକ୍ଷରୁ ଶ୍ରୀ ମହାକୁଡ଼ ଓ ସାଂସଦଙ୍କୁ ଏକ ବିଶାଳ ଫୁଲତୋଡା ଦିଆଯାଇ ସ୍ବାଗତ କରାଯାଇଥିଲା।

kalyan agarbati

Comments are closed.