www.samajalive.in
Monday, December 15, 2025
16.1 C
Bhubaneswar

ପାଟଣାରେ ଧାନ ମଣ୍ଡି ଉଦଘାଟନ କଲେ ବ୍ଲକ ଅଧ୍ୟକ୍ଷ

ପାଟଣା: ସମବାୟ ସଂସ୍ଥାର କର୍ମଚାରୀମାନେ ଧର୍ମଘଟ କରିଥିବାରୁ ଧାନକିଣାକୁ ନେଇ ସମସ୍ୟା ଲାଗି ରାହିଛି। ଏହାକୁ ଦୂର କରିବା ପାଇଁ କେନ୍ଦୁଝର ଜିଲ୍ଲାପାଳ ବିକଳ୍ପ ରୂପେ ଚଳିତ ବର୍ଷ ନିୟନ୍ତ୍ରିତ ବଜାର କମିଟି ଓ କୃଷି ବିଭାଗକୁ ବିକଳ୍ପ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ପାଟଣା ବ୍ଲକ ମୂଖ୍ୟାଳୟରେ ଥିବା ମଣ୍ଡିକୁ ବୁଧବାର ଦିନ ଖୋଲାଯାଇଛି। ଏହି ଉଦଘାଟନ କାର୍ଯ୍ୟକ୍ରମରେ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ, ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, କୃଷି ଅଧିକାରୀ ପରେଶ କୁମାର ଦାଶ, ଯୋଗାଣ ଅଧିକାରୀ ବିଦ୍ୟୁତଲତା ନାଏକଙ୍କ ସହ ଧାନ କିଣା ଦାୟିତ୍ଵରେ ଥିବା କୃଷି ଅଧିକାରୀ ଇନ୍ଦ୍ରଜିତ ପୁହାଣ ପ୍ରମୁଖ ଉପସ୍ଥିତିରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ନାୟକ ଫିତା କାଟି ମଣ୍ଡିକୁ ଉଦଘାଟନ କରିଥିଲେ। ଧାନ ମଣ୍ଡିରେ ସୋମବାର ଶୁକ୍ରବାର ଓ ଶନିବାର ଦିନ ଧାନ କିଣାଯିବ ବୋଲି ପାଟଣା ଯୋଗାଣ ଅଧିକାରୀ ବିଦ୍ୟୁତଲତା ନାଏକ ସୂଚନା ଦେଇଥିଲେ। ମୋବାଇଲରେ ଆସିଥିବା ଟୋକନ ନମ୍ବର ଅନୁଯାଇ କ୍ରମିକ ଅନୁସାରେ ଧାନ କିଣା ଯିବ ବୋଲି ଚାଷୀ ମାନଙ୍କୁ ସୂଚନା ଦିଆଯାଇଛି।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories