ପାଟଣା : ପାଟଣା ବନାଞ୍ଚଳ ତଥା ଢେଙ୍କିକୋଟ ଫାଣ୍ଡି ଅଞ୍ଚଳ ତୋରାଣୀପୋଖରୀ ପଞ୍ଚାୟତ ପୋଇପାଣି ଜଙ୍ଗଲରେ ବୁଧବାର ସକାଳୁ ଏକ ଦନ୍ତା ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳା ଜଣଙ୍କ ପୋଇପାଣି ଗ୍ରାମର ତୁରାମ୍ ମୁଣ୍ଡାଙ୍କ ପତ୍ନୀ ପାର ମୁଣ୍ଡା (୫୫) ବୋଲି ଜଣାପଡିଛି । ଜଙ୍ଗଲକୁ ଛତୁ ତୋଳିବା ପାଇଁ ଯାଇଥବା ପାର ମୁଣ୍ଡାଙ୍କୁ ଜଙ୍ଗଲରେ ଦନ୍ତାଟି ଟେକି ଫିଙ୍ଗି ଦେଇଥଲା ।ପାର ମୁଣ୍ଡାଙ୍କ ଚିତ୍କାର ଶୁଣି ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କେନ୍ଦୁଝର ମେଡିକାଲ୍ ପଠାଇଥିଲେ ।ବର୍ତ୍ତମାନ ପାରମୁଣ୍ଡାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ପାର ମୁଣ୍ଡା ଙ୍କ ଚିକିତ୍ସା ଖର୍ଚ୍ଚ ବନବିଭାଗ ବହନ କରିବ ବୋଲି ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି।



