www.samajalive.in
Tuesday, December 9, 2025
16.1 C
Bhubaneswar

ଦେଶର ପ୍ରତି ଇଞ୍ଚରୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବାହାର କରାଯିବ: ଅମିତ ଶାହା

ନୂଆଦିଲ୍ଲୀ : ଦେଶର ବିଭିନ୍ନ କୋଣରେ ଲୁଚି ରହିଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶରୁ ବାହାର କରାଯିବ। ଏଥିପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ ବୋଲି ରାଜ୍ୟସଭାରେ ବୁଧବାର କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା।
ଅମିତ ଶାହା କହିଛନ୍ତି ଯେ ପ୍ରତି ଇଞ୍ଚ ଭୂମିରେ ବେଆଇନ ପ୍ରବାସୀଙ୍କୁ ଚିହ୍ନଟ କରାଯାଇ ଦେଶାନ୍ତର କରାଯିବ। ଜାତୀୟ ନାଗରିକତା ପଞ୍ଜିକା (ଏନଆରସି) ଉପରେ ଆଲୋଚନା କରି ଅମିତ ଶାହା କହିଥିଲେ ଯେ ଏହା ଆସାମ ବୁଝାମଣାର ଏକ ଅଂଶ ଅଟେ। ରାଷ୍ଟ୍ରପତି ନିଜ ଅଭିଭାଷଣରେ ଏନଆରସି କଥା ଉଲ୍ଲେଖ କରିଥିଲେ। ଶାସକ ଦଳର ଘୋଷଣାପତ୍ରରେ ଏନଆରସି କଥା ରହିଛି। ତେଣୁ ଦେଶର ବିଭିନ୍ନ କୋଣ ଅନୁକୋଣରେ ରହୁଥିବା ବେଆଇନ ପ୍ରବାସୀଙ୍କୁ ଚିହ୍ନଟ କରାଯିବ। ଏହାପରେ ଅନ୍ତର୍ଜାତୀୟ ଆଇନ ଅନୁସାରେ ସେମାନଙ୍କୁ ଦେଶାନ୍ତର କରାଯିବ। ସମାଜବାଦୀ ପାର୍ଟି ସାଂସଦ ଜାଭେଦ ଅଲ୍ଲି ଖାନଙ୍କ ଏକ ପ୍ରଶ୍ନର ଉତ୍ତରରେ ଅମିତ ଶାହା ଏହା କହିଛନ୍ତି। ଏହା ପୂର୍ବରୁ ଆମାସ ଗଣ ପରିଷଦର ସାଂସଦ ବୀରେନ୍ଦ୍ର ପ୍ରସାଦ ବୈଶ୍ୟଙ୍କ ଏକ ପ୍ରଶ୍ନରେ ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ଯେ କେନ୍ଦ୍ର ସରକାର ଆସାମରେ ଏନଆରସି ଲାଗୁ କରିବା ପାଇଁ ବଦ୍ଧ ପରିକର। ଏନଆରସି ପ୍ରକ୍ରିୟାରେ ଭାରତର କୌଣସି ନାଗରକି ଯେପରି ରହିନଯାନ୍ତି, ତାହା ସୁନିଶ୍ଚିତ କରାଯିବ ବୋଲି ନିତ୍ୟାନନ୍ଦ କହିଛନ୍ତି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories