www.samajalive.in
Monday, December 15, 2025
24.1 C
Bhubaneswar

୮ ତାରିଖରେ ପ୍ରସାରିତ ହେବ ଜୀ ସାର୍ଥକର ନୂଆ ଚଳଚ୍ଚିତ୍ର ‘ପାରିକରିବେ ଭୋଳା ଶଙ୍କର- ୩’

ଭୁବନେଶ୍ବର :  ଓଡ଼ିଆ ଫିଲ୍ମକୁ ଦର୍ଶକଙ୍କର ପୁଣି ଭଲପାଇବା ମିଳୁଛି ଯାହାକୁ ନଜରରେ ରଖି ଫିଲ୍ମ ନିର୍ମାତା ନୂଆ ନୂଆ କାହାଣୀକୁ ନେଇ ବଡ଼ ପରଦାକୁ ଫେରୁଛନ୍ତି। ଏହି ଧାରାରେ ଜୀ ସାର୍ଥକ ପୁଣି ନେଇ ଆସିଛି ଏକ ନୂଆ ଫିଲ୍ମ । ସୋମନାଥ ଫିଲ୍ମସ ବ୍ୟାନରରେ ସୁନୀଲ ପଟ୍ଟନାୟକଙ୍କ ପ୍ରଯୋଜିତ ଫିଲ୍ମ ‘ପାରିକରିବେ ଭୋଳା ଶଙ୍କର ୩’ ଆସନ୍ତା ରବିବାର ସନ୍ଧ୍ୟା ୬:୩୦ ରେ ଜୀ ସାର୍ଥକରେ ମୁକ୍ତିଲାଭ କରିବାକୁ ଯାଉଛି  ।

ଫିଲ୍ମର କାହାଣୀ ଖୁବ ଭିନ୍ନ ରହିବା ସହିତ ରୁଚିକର ମଧ୍ଯ ରହିଛି। ଶ୍ରାବଣ ପୂର୍ଣ୍ଣିମାର ପବିତ୍ର ଦିନରେ ଶଙ୍କର ନାମରେ ଜଣେ ଶିଶୁ ଗାଁର ଶିବ ମନ୍ଦିର ବାହାରେ ଚେତାଶୂନ୍ୟ ଅବସ୍ଥାରେ ମିଳେ । ଗାଁ ଲୋକଙ୍କ ଭଲପାଇବା ଦ୍ଵାରା ବଡ଼ ହୋଇ ସେ ମନ୍ଦିରର ସୁରକ୍ଷା କର୍ତ୍ତା ଭାବରେ ପରିଣତ ହୁଏ। ଗାଁ ମନ୍ଦିରରେ ରହିଥାଏ ଏକ ଦିବ୍ୟମଣୀ ଯାହାକୁ ହାତେଇବାକୁ ପରାଶର ନାମକ ଜଣେ ତନ୍ତ୍ର ମନ୍ତ୍ର ସାଧକ ନିଜର ଅହରହ ଚେଷ୍ଟା ଜାରି ରଖିଥାଏ କିନ୍ତୁ ସବୁ ଯୋଜନା ଶଙ୍କର ଥାଉ ଥାଉ ବିଫଳ ହୁଏ। ଶେଷରେ ଅଖଣ୍ଡ କୁଚକ୍ରାନ୍ତ କରି କଳା ଯାଦୁର ପ୍ରୟୋଗ କରି ଶଙ୍କର ଏକ ତନ୍ତ୍ର ମନ୍ତ୍ର ସାଧକ ବୋଲି ଗାଁ ଲୋକଙ୍କୁ ଜଣାଏ ଓ ଗାଁରୁ ବିଦା କରିଦିଏ। କିଛି ବର୍ଷ ପରେ ପୁଣି ଅଖଣ୍ଡ ମଣି ଚୋରି କରିବାର ଯୋଜନା ସମୟରେ ପୁଣି ଫେରିଆସେ ଶଙ୍କର । ତେବେ ଶଙ୍କର କ’ଣ ତାକୁ ରୋକି ପାରିବ ? ଶଙ୍କରକୁ ଏହି କାମ ପାଇଁ କେତେ କଠିନ ପରିଶ୍ରମ କରିବାକୁ ପଡୁଛି ଓ ଶେଷରେ କ’ଣ ହେଉଛି ଫିଲ୍ମ ମାଧ୍ୟମରେ ଜାଣିବାକୁ ପାଇବେ ଦର୍ଶକ।

- Advertisement -

ଫିଲ୍ମରେ ମୁଖ୍ୟ ଅଭିନେତା ରହିଛନ୍ତି ରାଜ ରାଜେଶ। ତାଙ୍କ ସହିତ ମୁମୀତା, ବାଦଲ ମହାନ୍ତି, ରବି ମିଶ୍ର ଓ ଉଦିତ ଗୁରୁ ରହିଛନ୍ତି। ଫିଲ୍ମର କାହାଣୀ ଓ ସଂଳାପ ରଚନା କରିଛନ୍ତି  ପ୍ରିୟବ୍ରତ ପଣ୍ଡା, ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ମୃତ୍ୟୁଞ୍ଜୟ ସାହୁ। ସଙ୍ଗୀତ ନିର୍ଦ୍ଦେଶନାରେ ରହିଛନ୍ତି ବୈଦ୍ୟନାଥ ଦାଶ ଗୀତକୁ ଲେଖିଛନ୍ତି ଡଃ ନିର୍ମଳ ନାୟକ। ଗୀତଗୁଡିକୁ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା, ଗୌରବ ଆନନ୍ଦ ଓ ବୈଭବ ପୃଷ୍ଟି । ଦର୍ଶକ ଏହି ଫିଲ୍ମକୁ ଉପଭୋଗ କରିବା ସହ ଭଲପାଇବା ମଧ୍ୟ ଦେବେ ବୋଲି କହିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories