ମହାନଦୀରେ ୫୦ ଫୁଟର ଘାଇ, ବଢ଼ୁଛି ହୀରାକୁଦ ଜଳସ୍ତର

ପାରାଦୀପ: ଲଘୁଚାପଜନିତ ଲଗାଣ ବର୍ଷାରେ ରାଜ୍ୟର ମହାନଦୀ ସମେତ ବୈତରଣୀ, ବ୍ରାହ୍ମଣୀ, ଜଳକା, ବଂଶଧାରା ଇତ୍ୟାଦି ନଦୀ ଫୁଲିବାରେ ଲାଗିଛି । ସୂଚନା ଅନୁସାରେ, ମହାନଦୀରେ ମଧ୍ୟ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । କୁଜଙ୍ଗ ବ୍ଲକ ତେରମାଣପୁର ନଦୀବନ୍ଧରେ ଘାଇ ସୃଷ୍ଟି ହୋଇଥିବା ଜଣାପଡ଼ିଛି।
ଏପରି କି ବହୁ ଲୋକଙ୍କ ଘରେ ବନ୍ୟାଜଳ ପଶିଯାଇଥିବା ଜଣାପଡ଼ିଛି। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଫୁଲିବାରେ ଲାଗିଛି । ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୪.୬୦ ଫୁଟ ଥିବା ଜଣାପଡିଛି । ଏବେ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ୪ ଲକ୍ଷ ୩୨ ହଜାର ୮୦୮ କୁୃସେକ ଜଳ ପ୍ରବେଶ କରୁଥିବା ବେଳେ ୬୭ ହଜାର ୬୯୦ କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ସୂଚନା ମିଳିଛି।

Comments are closed.