ପ୍ରସଙ୍ଗଗତ ଆଭିମୁଖ୍ୟ ଗ୍ରହଣ ମାଧ୍ୟମରେ ଗ୍ରାମ ପଞ୍ଚାୟତରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ

ତିନି ଦିନିଆ ଜାତୀୟ କର୍ମଶାଳା

ଭୁବନେଶ୍ୱର: କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଭାଗୀତାରେ ଆସନ୍ତା ୧୭ଫେବୃଆରୀରୁ ୧୯ ଫେବୃଆରୀ, ୨୦୨୩ ପର୍ୟ୍ୟନ୍ତ ଭୁବନେଶ୍ୱରସ୍ଥିତ କିଟ୍ ଅଡିଟୋରିୟମଠାରେ ଗ୍ରାମ ପଞ୍ଚାୟତ ଗୁଡିକରେ ପ୍ରସଙ୍ଗଗତ ଆଭିମୁଖ୍ୟ ଗ୍ରହଣ ମାଧ୍ୟମରେ ଦୀର୍ଘସ୍ଥାୟୀବିକାଶ ଲକ୍ଷ୍ୟର ସ୍ଥାନୀୟକରଣ (ଏଲଏସଡିଜି) ସମ୍ବନ୍ଧୀୟ ଏକ ତିନି ଦିନିଆ ଜାତୀୟ କର୍ମଶାଳାଆୟୋଜିତ ହେବ।

ଏହି ତିନି ଦିନିଆ ଜାତୀୟ କର୍ମଶାଳାରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ବିଷୟବସ୍ତୁ ୩ ଓ ୯ଅର୍ଥାତ୍’ଶିଶୁ ଅନୁକୂଳ ଗ୍ରାମପଞ୍ଚାୟତ’ ଏବଂ ‘ମହିଳା ଅନୁକୂଳ ଗ୍ରାମପଞ୍ଚାୟତ’ ଉପରେ ବିଷଦ ଆଲୋଚନାକରାଯିବ ଓ ଓଡ଼ିଶାରମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଅତିଥି ଭାବେଯୋଗ ଦେଇ ଏହି କର୍ମଶାଳାକୁ ଉଦଘାଟନ କରିବେ। ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବରକେନ୍ଦ୍ର ଶିକ୍ଷାତଥା ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ଶ୍ରୀ କପିଳ ମୋରେଶ୍ବର ପାଟିଲ୍, ମନ୍ତ୍ରୀ ପ୍ରଦିପ କୁମାର ଅମାତ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ତଥା ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ, ଓଡ଼ିଶା ସରକାର, ମାନ୍ୟବର ରାଜ୍ୟ ମନ୍ତ୍ରୀ (ସ୍ୱାଧୀନ)ବାସନ୍ତୀ ହେମ୍ବ୍ରମ, ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗ, ଓଡ଼ିଶା ସରକାରପ୍ରମୁଖ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି।

prayash

ଏହି ଉଦଘାଟନୀ ଅଧିବେଶନରେ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ, ଓଡିଶା ସରକାର, ସୁଶୀଲ କୁମାର ଲୋହାନି, ପ୍ରମୁଖ ଶାସନ ସଚିବ, ପଞ୍ଚାୟତିରାଜ ଏବଂ ପାନୀୟ ଜଳବିଭାଗ, ଓଡିଶା ସରକାରଏବଂ ଚନ୍ଦ୍ର ଶେଖର କୁମାର, ଅତିରିକ୍ତ ସଚିବ, ପଞ୍ଚାୟତିରାଜ ମନ୍ତ୍ରଣାଳୟ,ଭାରତ ସରକାରଙ୍କ ସମେତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୧୬୦୦ ରୁ ଅଧିକ ପଞ୍ଚାୟତିରାଜ ପ୍ରତିନିଧିଗଣ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ, ସାମାଜିକ କ୍ଷେତ୍ରର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ପ୍ରମୁଖ ଏହି କର୍ମଶାଳାରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି।

ଏହି ତିନି ଦିନିଆ ଜାତୀୟ କର୍ମଶାଳାର ପ୍ରଥମ ଦୁଇ ଦିନରେ ଶିଶୁ ଓ ମହିଳା ଅନୁକୂଳ ଗ୍ରାମ ପଞ୍ଚାୟତ ଗଠନ ଉପରେ ସମ୍ପୃକ୍ତ ଅଧିକ୍ଷେତ୍ର ବିଶେଷଜ୍ଞଙ୍କ ଦ୍ୱାରା ବିଭିନ୍ନ ପାରସ୍ପରିକ ଶିକ୍ଷଣୀୟ ଅଧିବେଶନ ତଥା ଆଲୋଚନାଚକ୍ର ଆଦି ଅନୁଷ୍ଠିତ ହେବ। ଏହି କର୍ମଶାଳାରେ ବିଷୟବସ୍ତୁ ଆଧାରିତ ବହୁ ପ୍ରାମାଣିକ ଚଳଚ୍ଚିତ୍ରର ଉପସ୍ଥାପନା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଓ ପୁସ୍ତକ ଆଦି ଉନ୍ମୋଚନ କରାଯିବ ଓକର୍ମଶାଳାରେ ଭାଗ ନେଉଥିବା ଅଂଶଗ୍ରହଣକାରୀମାନେ ଉପସ୍ଥିତ ବିଶିଷ୍ଟ ବକ୍ତାମାନଙ୍କ ଦ୍ୱାରା ବିଭିନ୍ନ ପ୍ରାସଙ୍ଗିକ ଜ୍ଞାନର ଆଦାନ ପ୍ରଦାନର ଅନୁଭୂତି ଲାଭ କରିବେ ।ପାରମ୍ପରିକ ଲୋକ ସଙ୍ଗୀତକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସାଂସ୍କୃତିକ ଗୋଷ୍ଠୀମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ୟ୍ୟକ୍ରମଏହି ଜାତୀୟ କର୍ମଶାଳାରେ ଭାଗ ନେଉଥିବା ପ୍ରତିନିଧିମାନଙ୍କ ପାଇଁ ହେବ ଅନ୍ୟ ଏକ ଆକର୍ଷଣ।

ଏହି କର୍ମଶାଳାର ତୃତୀୟ ଦିନରେ ପ୍ରତିନିଧି ଦଳ “କାର୍ୟ୍ୟରୁ ଶିକ୍ଷା- ଅଭିଜ୍ଞତା ହାସଲ ଏବଂ ପ୍ରାୟୋଗିକ ଶିକ୍ଷା ଲାଭ” ସମ୍ବନ୍ଧୀୟ ଏକକ୍ଷତ୍ରୀୟ ପରିଦର୍ଶନ କାର୍ଯ୍ୟକ୍ରମ ରହିଛି। ସେମାନେ ବିଭିନ୍ନ ଯୋଜନା ଅନ୍ତର୍ଗତ ବିଶେଷତଃ ମହିଳା ଏବଂ ଶିଶୁ କଲ୍ୟାଣ ନିମନ୍ତେ ରାଜ୍ୟ ଦ୍ୱାରା ସଫଳତାର ସହ ରୂପାୟନ ହେଉଥିବା ବିଭିନ୍ନ ପ୍ରକଳ୍ପଗୁଡିକରୁଏକ ଶିକ୍ଷଣୀୟ ଅଭିଜ୍ଞତା ହାସଲ କରିପାରିବେ।

kalyan agarbati

Comments are closed.