www.samajalive.in
Sunday, December 7, 2025
23.1 C
Bhubaneswar

କଲ୍ୟାଣ ସିଂହପୁର ପଞ୍ଚାୟତ ସମିତି ବୈଠକ

କଲ୍ୟାଣ ସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ସଦର ମହକୁମା ସଭାଗୃହରେ ବୁଧବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମିତି ବୈଠକରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଯୋଗେନ୍ଦ୍ର ୱାଡାକା ଉପସ୍ଥିତ ରହି ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ କାର୍ଯ୍ୟକ୍ରମ ଉପରେ ପଚରାଉଚରା କରିଥିଲେ। ଏହି ପଞ୍ଚାୟତ ସମିତି ସଭାରେ ଅତିରିକ୍ତ ଅତିଥି ରୂପେ ସ୍ଥାନୀୟ ତହସିଲଦାର ଦେବାଶିଷ କର ,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅନୁବ ଅଭିଷେକ ବେହେରା, ସାଂସଦ ପ୍ରତିନିଧି, ଗୁଡ଼ଲା ପ୍ରସାଦ ରାଓ,ବିଧାୟକ ପ୍ରତିନିଧି ବୃନ୍ଦାବନ ପାଢ଼ୀ, ରାଜ୍ୟ ସଭା ପ୍ରହରୀ ଗେଦେଲା ଶ୍ରୀନିବାସ ରାଓ,ପଞ୍ଚାୟତ ସମିତି ଉପାଧ୍ୟକ୍ଷା ସୁମିତ୍ରା ପ୍ରେପାକା ଓ ଜିଲ୍ଲା ପରିଷଦ ସଭ୍ୟ ବଳରାମ ନାଚିକା ଉପସ୍ଥିତ ଥିବା ବେଳେ ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ଥିବା ବେଳେ ବିଦ୍ୟୁତ ବିଭାଗ ଏବଂ ସାଧାରଣ ବଣ୍ଟନ ବିଭାଗ ଉପସ୍ଥିତ ନଥିବା ଜଣାପଡିଛି।

ଏହି ସଭାରେ ବ୍ଳକର ୧୪ ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ରହି ଚାଷୀ ମାନଙ୍କ ସମସ୍ୟା, କୃଷି ଦ୍ରବ୍ୟ ସମସ୍ୟା, ପିଇବା ପାଣି ର ସମସ୍ୟା, ବୃକ୍ଷ ରୋପଣ ସମସ୍ୟା, ମନେରେଗା କାର୍ଯ୍ୟର ସମସ୍ୟା, ପିଜୁ ପକ୍କାଘର ମିଥ୍ୟା ସମସ୍ୟା, ଇନ୍ଦିରା ଆବାସ ଯୋଜନାର ମିଥ୍ୟା ଫଳକ ଲଗାଇଥିବା ଉପରେ ଆଲୋଚନା କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories