ଅକଳ୍ପନୀୟ ବିଜୟ
ପଞ୍ଚାୟତ ନିର୍ବାଚନରେ ଶାସକ ଓ ବିରୋଧୀଦଳର -ଆକଳନ ଭୁଲ ସାବ୍ୟସ୍ତ
ଶାସକ ବିଜେଡି କିମ୍ବା ବିରୋଧୀ ବିଜେପି ଓ କଂଗ୍ରେସ କେହି କଳ୍ପନା କରି ନଥିଲେ ୨୦୨୨ର ପଞ୍ଚାୟତ ନିର୍ବାଚନରେ ଅତୀତର ସବୁ ରେକର୍ଡ ଭାଙ୍ଗିଯିବ ା ବିଜେଡିର ବିଜୟକୁ ବିରଳ ବିଜୟ ବୋଲି କୁହାଯାଉଛି ା ଏଠି ନା ଶାସକ ଦଳ ନା ବିରୋଧୀ କାହାରି ଆକଳନ କାମ ଦେଲାନାହିଁ ା ନିର୍ବାଚନ ପୂର୍ବରୁ ଉଭୟ କହିଲେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତଟ୍ଟ କିନ୍ତୁ ଫଳ ବାହାରିବା ପରେ ବିରୋଧୀ କହୁଛନ୍ତି ଶାସକ ଦଳ ତୃଣମୂଳଠୁ ଯେପରି ଗୋଟି ଚାଳନା କଲା ଏବଂ ରାଜନୀତି ଆପଣାଇଥିଲା, ସେ ପ୍ରକାର ପ୍ରସ୍ତୁତି ସେମାନଙ୍କ ପାଖରେ ନଥିଲା ା ନିର୍ବାଚନର ବର୍ଷକ ପୂର୍ବରୁ ବଜେଡି ପର୍ୟ୍ୟବେକ୍ଷକ ନିଯୁକ୍ତିଠାରୁ ଆରମ୍ଭ କରି ପଞ୍ଚାୟତସ୍ତର ପର୍ୟ୍ୟନ୍ତ ଏହାର ସଂଗଠନକୁ ସୁଦୃଢ଼ କରିବା ପ୍ରକ୍ରିୟା ଆରମ୍ଭ କରିଥିଲା। ଆଉ ନିର୍ବାଚନର ଅଳ୍ପ କିଛି ମାସ ପୂର୍ବରୁ ଯୋଜନାର ବର୍ଷା କଲା। ଗ୍ରାମାଞ୍ଚଳ ହିତାଧିକାରୀଙ୍କ ପକେଟକୁ ସିଧାସଳଖ ଅର୍ଥ ଗଲା। ପ୍ରଚାର ମଇଦାନରେ ବିଜେଡିର ନେତା ଓ କର୍ମୀ ଯେତେ ସକ୍ରିୟ ରହିଲେ ସେ ତୁଳନାରେ ବିରୋଧୀଙ୍କ ଉପସ୍ଥିତି ଦେଖିବାକୁ ମିଳିଲାନି ା ଶେଷରେ ବିଜୟର ଶ୍ରେୟ ଶାସକ ଦଳ ସପକ୍ଷରେ ଗଲା ା ବିରୋଧୀ ଦଳଙ୍କ ଏ ପ୍ରକାର ପର୍ୟ୍ୟାଲୋଚନା ଶତପ୍ରତିଶତ ଠିକ୍। ତେବେ ୨୦୧୭ରେ ବିଜେପି ଶାସକ ଦଳକୁ ଟକ୍କର ଦେବା ପାଇଁ ଯେଉଁ ଭିତ୍ତିଭୂମି ପ୍ରସ୍ତୁତ କରିଥିଲା ଦଳର ତୁଙ୍ଗନେତାମାନେ ରାଜ୍ୟବ୍ୟାପୀ ଯେଉଁ ରଣକୌଶଳ ପ୍ରସ୍ତୁତ କରିଥିଲେ, ୨୦୨୨ରେ ସେ ପ୍ରକାର ରଣନୀତି ପ୍ରତି ଗୁରୁତ୍ବ ଦେଲେ ନାହିଁ ା ଏପରି କି ୨୦୧୯ ସାଧାରଣ ନିର୍ବାଚନରେ ବିଜେପି କ୍ଷମତାକୁ ଆସିବାର ଆସ୍ଫାଳନ ରଖି ପ୍ରଚଣ୍ଡ ଲଢ଼େଇର ସାମ୍ନା କରିବା ସହିତ ୮ଟି ଲୋକସଭା ଏବଂ ୨୩ଟି ବିଧାନସଭା କ୍ଷେତ୍ର ନିଜ ଅକ୍ତିଆରକୁ ନେବା ସହିତ ବିଧାନସଭାର ବିରୋଧୀ ଦଳ ଆସନଟିକୁ ମଧ୍ୟ ନିଜ ସପକ୍ଷରେ ନେଇପାରିଥିଲାଟ୍ଟ କିନ୍ତୁ ଦେଖାଗଲା ୨୦୧୯ ପରେ ଦଳ ପ୍ରବଳ ଆତ୍ମବିଶ୍ବାସୀ ହେବା ସହିତ ବିନା ପ୍ରସ୍ତୁତି ଓ ରଣକୌଶଳରେ ୨୦୨୨ ପଞ୍ଚାୟତ ନିର୍ବାଚନକୁ ଓହ୍ଲାଇଲା ା ତୃଣମୂଳସ୍ତରରେ ସଂଗଠନକୁ ଯେପରି ମଜଭୁତ କରାଯିବା କଥା ସେଥିପ୍ରତି ଧ୍ୟାନ ନଦେଇ ଦଳର ତୁଙ୍ଗନେତାମାନେ ନିର୍ଦିଷ୍ଟ କିଛି ପ୍ରସଙ୍ଗକୁ ନେଇ ସରକାର ବିରୋଧରେ ସ୍ବର ଉଠେଇଲେଟ୍ଟ କିନ୍ତୁ ତାହା ସେତେଟା ପ୍ରଭାବୀ ହେଲା ନାହିଁ ା କାରଣ ତୃଣମୂଳସ୍ତରରେ ଶାସକ ଦଳ ତୁଳନାରେ ପ୍ରମୁଖ ବିରୋଧୀ ଦଳର ସାଂଗଠନିକ ଶକ୍ତି ସେତେ ସୁଦୃଢ଼ ନଥିଲା ା
ପରାଜୟର କାରଣ ଖୋଜିବାକୁ ଯାଇ ଅନେକ ଦଳର ହାତଗଣତି ବରିଷ୍ଠ ନେତାଙ୍କ ଅନୁପସ୍ଥିତିକୁ ଦାୟୀ କରୁଛନ୍ତି ା ଏମିତି ଦେଖିବାକୁ ଗଲେ ୨୦୧୭ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠୁ ଆରମ୍ଭ କରି ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପର୍ୟ୍ୟନ୍ତ ନେତା ଏପରି କି ଅନେକ କେନ୍ଦ୍ରୀୟ ନେତା ମଧ୍ୟ ଦଳକୁ ଜିତାଇବା ପାଇଁ ରଣକୌଶଳ ରଚନା ସହ ଧୁମ୍ଧାମ ପ୍ରଚାର କାର୍ୟ୍ୟରେ ସାମିଲ ହୋଇଥିଲେଟ୍ଟ କିନ୍ତୁ ଏଥର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉତ୍ତର ପ୍ରଦେଶ ନିର୍ବାଚନ ଦାୟିତ୍ବରେ ରହି ଓଡ଼ିଶାରେ ସମୟ ଦେଇପାରିଲେ ନାହିଁ ା ବିଜୟ ଦଳୀୟ ଉପେକ୍ଷା ପାଇଁ ପ୍ରଚାରକୁ ନ ବାହାରି ନିରବ ରହିଗଲେ ା ଏହାଛଡ଼ା କେନ୍ଦ୍ରମନ୍ତ୍ରୀ ତଥା ମୟୂରଭଞ୍ଜର ସାଂସଦ ବିଶ୍ବେଶ୍ବର ଟୁଡୁ, ସୁନ୍ଦରଗଡ଼ର ସାଂସଦ ତଥା ବରିଷ୍ଠ ନେତା ଜୁଏଲ ଓରାମଙ୍କର ନିଜ ଅଞ୍ଚଳରେ ବେଶ୍ ପ୍ରଭାବ ଥିଲେ ବି ବିଭିନ୍ନ କାରଣରୁ ମାମଲାରେ ଛନ୍ଦି ହୋଇପଡ଼ିଲେ ଏବଂ ସେମାନଙ୍କ ଭାବମୂର୍ତ୍ତିକୁ ନେଇ ଶାସକ ଦଳ ପ୍ରଶ୍ନ ଉଠାଇବା ଦ୍ବାରା ଏହା କିଛି ମାତ୍ରାରେ ଭୋଟରଙ୍କୁ ପ୍ରଭାବିତ କଲା। ସେମାନେ ସଫଳ ଗୋଟି ଚାଳନାରେ ବିଫଳ ହେଲେ ା ଫଳରେ ୨ଟି ବଡ଼ ଜିଲା ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ ବିଜେପିର ହାତଛଡ଼ା ହୋଇଗଲା ା ଏ ଦୁଇଟି ଜିଲାକୁ ଛାଡ଼ି ଦେଲେ ଅନ୍ୟ ଯେଉଁ ୬ଟି ସଂସଦୀୟ କ୍ଷେତ୍ରରୁ ବିଜେପି ଜିତିଥିଲା ସେଠାରେ ଦଳକୁ ଏକଜୁଟ କରି ରଖିବା ଏବଂ ଭୋଟରଙ୍କ ବିଶ୍ବାସଭାଜନ ହେବା ପାଇଁ ଯେଉଁ ପ୍ରକାର ରଣକୌଶଳ ଓ ପ୍ରସ୍ତୁତି ସାଂସଦ, ବିଧାୟକ ଏବଂ ବରିଷ୍ଠ ନେତାଙ୍କ ଭିତରେ ରହିବା କଥା ତାହା ପ୍ରାୟ ଦୃଶ୍ୟମାନ ହେଲାନାହିଁ। ରାଜ୍ୟ ସରକାରଙ୍କ ଦୁର୍ନୀତି, ବିଭିନ୍ନ ସ୍ଥାନରେ ଦେଖାଦେଇଥିବା ଆଇନଶୃଙ୍ଖଳା ପରିସ୍ଥିତି, ନାରୀ ନିର୍ୟାତନା, କୃଷକ ଓ ବେକାରୀ ସମସ୍ୟା ଆଦି ପ୍ରସଙ୍ଗ ଦଳ ଉଠାଇବା ସହିତ କେନ୍ଦ୍ର ସରକାର ଓଡ଼ିଶାକୁ ଦେଇଥିବା ଅନୁଦାନ ଏବଂ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନହିତକାରୀ ଯୋଜନାର ପ୍ରଚାର ପ୍ରସାର କରାଇବା ଦିଗରେ ଦଳ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଥିେଲ ହେଁ ବାସ୍ତବରେ ସେ ସବୁ ଲୋକଙ୍କୁ ପ୍ରଭାବିତ କଲା ନାହିଁ କିମ୍ବା ଏ ସବୁ ପ୍ରସଙ୍ଗ ଭୋଟରେ ପ୍ରତିଫଳିତ ହେଲା ନାହିଁ ା ସେଥିପାଇଁ ବିଜେପିକୁ ଚରମ ଦୁର୍ଦଶା ଭୋଗିବାକୁ ପଡ଼ିଲା ା
ନିର୍ବାଚନ ଫଳାଫଳରୁ ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ଲକ୍ଷ୍ୟ କରାଯାଇଛି ା ତାହା ହେଲା ସବୁ ପ୍ରକାର ଦୁର୍ବଳତା ସତ୍ତ୍ବେ କଂଗ୍ରେସ ଏଥର ଯେତେ ଖରାପ ପ୍ରଦର୍ଶନ କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିଲା ତାହା ଭୁଲ୍ ପ୍ରମାଣିତ ହୋଇଛି। ବିଡ଼ମ୍ବନାର କଥା ହେଲା ଦଳର ବରିଷ୍ଠ ନେତାମାନେ ଅତୀତରେ ଏକାଧିକ ବାର ହାରିବା ସତ୍ତ୍ବେ ଆତ୍ମସମୀକ୍ଷା କଲେ ନାହିଁ ା ଦଳର ନେତାମାନେ ଯଦି ଠିକଣା ଢଙ୍ଗରେ ପ୍ରସ୍ତୁତ ହୋଇଥାନ୍ତେ ତେବେ ଏଥର ନିର୍ବାଚନରେ କଂଗ୍ରେସ ବିଜେପିକୁ ଟପି ଯିବା କିଛି ବିଚିତ୍ର ନଥିଲା ା
ମୋଟ ଉପରେ ବିଜେଡି ଏତେ ସଂଖ୍ୟାରେ ଜିତିବ ବୋଲି କଳନା କରିନଥିଲା କିମ୍ବା ବିଜେପି ଓ କଂଗ୍ରେସ ଏେକ ତ ଦୟନୀୟ ଭାବେ ହାରିଯିବେ ବୋଲି ଭାବି ନଥିଲେଟ୍ଟ କିନ୍ତୁ ଏବେ ବାସ୍ତବ ସତ୍ୟ ସେମାନଙ୍କୁ ସ୍ବୀକାର କରିବା ଛଡ଼ା ଅନ୍ୟ ପନ୍ଥା ନାହିଁ।
ଏବେ ସମସ୍ତଙ୍କ ନଜର ବିଜେଡି ଉପରେ ା ନିଜ ରେକର୍ଡକୁ ଭାଙ୍ଗି ସର୍ବକାଳୀନ ବିଜୟ ରେକର୍ଡ ହାସଲ କରିଛି ବିଜେଡି ା ୭୬୬ ଆସନ ଅକ୍ତିଆର କରିବା ପରେ ଏ ପ୍ରକାର ଅକୁଣ୍ଠିତ ସମର୍ଥନ ପାଇଁ ଦଳର ମୁଖିଆ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ା ୨୨ବର୍ଷର ବିଜେଡି ଜୟଯାତ୍ରାରେ ଏଥରର ବିଜୟ ବିରୋଧୀଙ୍କୁ ସ୍ତମ୍ଭୀଭୂତ କରିଥିବା ବେଳେ ଆଗକୁ ବିଜେଡି କି ପ୍ରକାର ଆଭିମୁଖ୍ୟ ଆପଣାଇବ ତା’ ଉପରେ ରାଜ୍ୟବାସୀ ନଜର ରଖିଛନ୍ତି ା ବିପୁଳ ବିଜୟ ଅଖଣ୍ଡ କ୍ଷମତା ପାଇଁ ସୁଯୋଗ ଦିଏ ା ଏପରି କି ଏ ବିଜୟରେ ପ୍ରମୁଖ ବିରୋଧୀ ରୋଷ ପ୍ରକଟ କରି ରାଜ୍ୟରେ ଏକଛତ୍ରବାଦୀ ଶାସନତନ୍ତ୍ର ସୃଷ୍ଟି ହେବା ପାଇଁ ବାଟ କଢ଼ାଉଛି ବୋଲି ଟିପ୍ପଣୀ ଦେବାକୁ ପଛାଇ ନାହାନ୍ତି ା ବିରୋଧୀ ଦୁର୍ବଳ ହେଲେ ଏବଂ ଶାସକ ଅଖଣ୍ଡ କ୍ଷମତାଧାରୀ ହେଲେ ଏକଛତ୍ରବାଦର ବାଟ ଫିଟିବା ବିଚିତ୍ର ନୁହେଁଟ୍ଟ କିନ୍ତୁ ଓଡ଼ିଶାରେ ନିଜ ଭାବମୂର୍ତ୍ତି ଓ ସ୍ବଚ୍ଛ ଶାସନ ପାଇଁ କ୍ଷମତାରେ ରହି ଆସୁଥିବା ନବୀନ ବାବୁ ଜନାଦେଶକୁ କେଉଁ ବାଟରେ ବିନିଯୋଗ କରୁଛନ୍ତି ତାହା ସମୟ କହିବ ା
Comments are closed.