www.samajalive.in
Saturday, December 6, 2025
19.1 C
Bhubaneswar

ପରିବା ପଲୋଉ

ଆବଶ୍ୟକ ସାମଗ୍ରୀ
ଅରୁଆ ଚାଉଳ – ୨କପ
ଫୁଲ କୋବି – ଅଳ୍ପ
ଗାଜର – ୧ଟି
ମଟର ଛୁଇଁ – ଅଳ୍ପ
ବିନ୍‍ ଛୁଇଁ – ଅଳ୍ପ
କଟା ପିଆଜ – ୨ଟି
ଘିଅ – ଆବଶ୍ୟକ ଅନୁଯାୟୀ
ପନିର – ୨୦୦ ଗ୍ରାମ
ବଟର – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ଗୋଟା ମସଲା – ଗୁଜୁରାତି, ଲବଙ୍ଗ, ଅଳେଇଚ, ଡ଼ାଲଚିନି, ତେଜପତ୍ର
ପ୍ରସ୍ତୁ୍‍ତି ପ୍ରଣାଳୀ – ପ୍ରଥମେ ପରିବାକୁ ଛୋଟ ଛୋଟ କାଟି ଭଲ ଭାବେ ଧୋଇ ଦିଅନ୍ତୁ। ଅରୁଆ ଚାଉଳକୁ ଧୋଇ ଏକ ପାତ୍ରରେ ରଖି କିଛି ସମୟ ବତୁରାଇ ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଗୋଟା ମସଲା ଗୁଜୁରାତି , ଲବଙ୍ଗ, ଡ଼ାଲଚିନି, ତେଜପତ୍ର, ଅଳେଇଚ, ପକାଇ ଭାଜି ଦିଅନ୍ତୁ। ଭାଜିବା ପରେ ଏଥିରେ ବଟର, ଘିଅ ପକାଇ କଟା ପିଆଜକୁ ପକାନ୍ତୁ। ଏହା ପରେ ପନିରକୁ ଛୋଟ ଛୋଟ କାଟି ଏଥିରେ ପକାଇ ଭାଜନ୍ତୁ। ଅଳ୍ପ ଭାଜିି ହେବା ପରେ ପନିର୍‍କୁ କାଢି ଦିଅନ୍ତୁ। ଏବେ ରଖିଥିବା ପରିବାକୁ ଏଥିରେ ପକାଇ ଭାଜନ୍ତୁ। କିଛି ସମୟ ଭାଜିବା ପରେ ବତୁରାଇ ରଖିଥିବା ଚାଉଳକୁ ପକାନ୍ତୁ। ଏବେ ଏଥିରେ ୩ କପ ପାଣି ଦେଇ ଲୁଣ ପକାନ୍ତୁ। ଗ୍ୟାସରେ ୨୦ ମିନିଟ ବସାନ୍ତୁ। ୨୦ ମିନିଟ ପରେ ଏହାକୁ ଗ୍ୟାସରୁ ଓହ୍ଲାଇ ଦେଇ କିଛି ସମୟ ରଖିବା ପରେ ଏକ ପାତ୍ରକୁ କାଢନ୍ତୁ ଓ ଗରମାଗରମ ଖାଆନ୍ତୁ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories