www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ମଣ୍ଡପରେ ମା’ ଦୁର୍ଗାଙ୍କୁ ଆବାହନ

କଟକ : ଦଶହରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଓ ସହର। ଜଗତଜନନୀ ମା’ଙ୍କ ଆବାହନ ପାଇଁ ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପୂଜାମଣ୍ଡପ ଓ ତୋରଣରେ ସହର ବଜାର ଝଲସୁଛି । କଟକରେ ମା’ଙ୍କ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ସୋମବାର ମଣ୍ଡପରେ ଦେବୀଙ୍କ ଷଷ୍ଠୀ ପୂଜା କରାଯାଉ ଥିବା ବେଳେ ପୀଠରେ ସପ୍ତମୀ ପୂଜା କରାଯାଉଛି। ଆସନ୍ତାକାଲି ମଣ୍ଡପରେ ମାଆଙ୍କର ସପ୍ତମୀ ପୂଜା ଅନୁଷ୍ଠିତ ହେବ । ପୂଜା ମଣ୍ଡପଗୁଡିକରେ ମା’ଙ୍କୁ ବିଭିନ୍ନ ଅଳଙ୍କାରରେ ଆଭୂଷିତ କରାଯାଉଛି । ଗତକାଲି ମା’ ଗଡ଼ଚଣ୍ଡୀ ନାରାୟଣୀ ବେଶରେ ଓ କଟକ ଚଣ୍ଡୀ ଗାୟତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ।

ସେହିପରି ମା’ଙ୍କ ପୂଜା ପାଇଁ ସମ୍ବଲପୁର ସହର ମଧ୍ୟ ଉତ୍ସବମୁଖର ହୋଇ ଉଠିଛି । ଏବର୍ଷ କାଲିବାରି ପୂଜା କମିଟି ପାଳନ କରୁଛି ଶତବାର୍ଷିକୀ । ଏଠାରେ ସମ୍ପୂର୍ଣ୍ଣ ବଙ୍ଗୀୟ ରୀତିନୀତିରେ ମାଆଙ୍କ ପୂଜା ହୋଇଥାଏ । ସିନ୍ଦୂର ଖେଳ ଏହି ମଣ୍ଡପର ମୁଖ୍ୟ ଆକର୍ଷଣ । ସେହିପରି ସମ୍ବଲପୁରର ସାକ୍ଷୀପଡ଼ା, ଅଇଁଠାପାଲିରେ ମଧ୍ୟ ମଣ୍ଡପ ଗୁଡିକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।

- Advertisement -

ପୁରୀରେ ମଧ୍ୟ ମା’ଙ୍କ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ଶ୍ରୀମନ୍ଦିରରେ ମା’ ବିମଳା ଏବଂ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଥିବା ବିଭିନ୍ନ ଦେବୀଙ୍କର ଆଜି ସପ୍ତମୀ ପୂଜା କରାଯାଇଛି । ଆସନ୍ତାକାଲି ଠାରୁ ତ୍ରିଦିନାତ୍ମକ ପୂଜା କରାଯିବା ପରେ ଶ୍ରୀକ୍ଷେତ୍ରରେ ଦଶହରା ବା ଗୋଷାଣୀ ଯାତ୍ରା ଧୂମଧାମରେ ପାଳିତ ହେବ ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories