www.samajalive.in
Monday, December 15, 2025
24.1 C
Bhubaneswar

ମୁଣ୍ଡ ନୁଆଁଇଲା ପାକିସ୍ତାନ, ଆତଙ୍କବାଦୀ ହାଫିଜ ସୟିଦର ସଂଗଠନ ଉପରେ କଟକଣା ଲଗାଇଲା

ନୂଆଦିଲ୍ଲୀ:  ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶ ପାକିସ୍ତାନ  ବାଧ୍ୟ ହୋଇ ସାରା ବିଶ୍ୱର ଚାପ ଆଗରେ ମୁଣ୍ଡ ନୁଆଁଇଛି । ହାପିଜ ସୟିଦର ସଂଗଠନ ଜମାତ-ଉଦ୍‌-ଦାବା ଓ ଫଲାହ-ଏ –ଇନସାନିୟତ ଉପରେ କଟକଣା ଲଗାଇଛି । ଏହି ଦୁଇ ସଂଗଠନର ବ୍ୟାଙ୍କ ଆକାଉଣ୍ଟକୁ ଜବତ କରାଯାଇଛି । ପାକିସ୍ତନର ପ୍ରଧାନମନ୍ତ୍ରୀ ଶାହିଦ୍‌ ଖପାନ୍‌ ଓବାସି ଆତଙ୍କବାଦୀ ହାଫିଜ୍‌ର ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ସୂଚନା ଦେଇଛନ୍ତି ।

ସେହିପରି ଆନ୍ତରିକ ମନ୍ତ୍ରାଳୟ ହାଫିଜ ସୟିଦର ସଂଗଠନ ଜମାତ-ଉଦ୍‌-ଦାବା ଓ ଫଲାହ-ଏ –ଇନସାନିୟତ ସମସ୍ତ ସମ୍ପତି ଜବତ  କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଏଥିପାଇଁ ସଂଗଠନର ୭୦ରୁ ଅଧିକ ଲୋକଙ୍କର ଆକାଉଣ୍ଟ ଅଚଳ କରାଯାଇଛି ।

- Advertisement -

ପାକିସ୍ତାନରେ ଥିବା ପଞ୍ଜାବ ଓ ଇସଲାମାବାଦ ଅଞ୍ଚଳରେ ଏହି ଦୁଇ ସଂଗଠନର ଥିବା ବିଭିନ୍ନ ସମ୍ପତିକୁ ଜବତ କରାଯାଇଛି । ଏହି ଦୁଇ ସଂଗଠନର ୪୦ଟି ଓ୍ୱେବସାଇଟ୍‌କୁ ବନ୍ଦ କରାଯାଇଥିବା ବେଳେ ୧୭୦ଟି ସମ୍ପତ୍ତିକୁ ଜବତ କରାଯାଇଥିବା ସୂଚନା ମିଳିଛି । ପାକିସ୍ତାନ ସରକାର ପତ୍ର ଲେଖିକରି ଟେଲିଯୋଗାଯୋଗ ପ୍ରାଧିକରଣକୁ ଏହି ଓ୍ୱେବସାଇଟ୍‌ ଗୁଡିକୁ ବନ୍ଦ କରିବାପାଇଁ ନିର୍ଦେଶ ଦେଇଛନ୍ତି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories