www.samajalive.in
Monday, December 15, 2025
16.1 C
Bhubaneswar

ଯୁଦ୍ଧ ସମାଧାନ ନୁହେଁ, ସମସ୍ୟା – ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଭାରତ ମଧ୍ୟରେ ଦେଖାଦେଇଥିବା ସମସ୍ୟା ପରିପ୍ରେକ୍ଷୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦୁଇ ଦେଶ ପାଇଁ ଯୁଦ୍ଧ ସମାଧାନ ନୁହେଁ, ବରଂ ଏକ ସମସ୍ୟା। ସେ କହିଛନ୍ତି ଯେ ପୁଲୱମା ଆତଙ୍କୀ ଆକ୍ରମଣର ତଦନ୍ତ ପାଇଁ ପାକିସ୍ତାନ ପ୍ରସ୍ତୁତ ଅଛି ଯେଉଁଥିରେ ସିଆରପିଏଫର ୪୦ଜଣ ଯବାନ ସହୀଦ ହୋଇଥିଲେ। ଉଭୟ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ତିକ୍ତତା ସମ୍ପର୍କରେ ସେ ପାକିସ୍ତାନ ସେନା ଓ ବାୟୁ ସେନା ସହ ଆଲୋଚନା କରିଥିବା କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ ଦାବି କରିଛନ୍ତି ଯେ ପାକିସ୍ତାନ ବାୟୁ ସେନା ଭାରତୀୟ ବାୟୁ ସେନାର ଦୁଇଟି ବିମାନକୁ ଖସେଇ ଦେଇଥିବା ବେଳେ ଦେଶର ସୁରକ୍ଷା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ। ତେବେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ପୁଣି ଥରେ ଶାନ୍ତି ସ୍ଥାପନ ପାଇଁ ଆହ୍ୱାନ ଦେଇ କହିଛନ୍ତି ଯେ ଦୁଇ ଦେଶ କ୍ଷତି ସହିପାରିବେ ନାହିଁ। ସେ କହିଛନ୍ତି ଯଦି ଯୁଦ୍ଧ ହୁଏ ତାହା ନରେନ୍ଦ୍ର ମୋଦୀ କିମ୍ବା ତାଙ୍କ ନିୟନ୍ତ୍ରଣରେ ନାହିଁ। ଆତଙ୍କବାଦ ସମ୍ପର୍କିତ ଯେ କୌଣସି ଆଲୋଚନା ପାଇଁ ପାକିସ୍ତାନ ପ୍ରସ୍ତୁତ ଥିବା ସେ କହିଛନ୍ତି।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories