www.samajalive.in
Sunday, December 14, 2025
23.1 C
Bhubaneswar

ଆଜିର ଯୁବପିଢ଼ି ବହୁମୁଖୀ ପ୍ରତିଭା ଓ ଅସୀମ ଶକ୍ତିର ଅଧିକାରୀ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନବଭାରତ ଗଠନରେ ଯୁବପିଢ଼ିର ମୁଖ୍ୟ ଭୂମିକା ରହିଛି ଓ ସ୍ୱପ୍ନକୁ ସାକାର କରିବାପାଇଁ ସେମାନେ କାର୍ଯ୍ୟ କରିବା ଉଚିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବୁଧବାର ନୂଆଦିଲ୍ଲୀରେ ଜାତୀୟ ଯୁବ ପାର୍ଲାମେଣ୍ଟ ସଂସଦ – ୨୦୧୯ ପୁରସ୍କାରମାନ ପ୍ରଦାନ ଅବସରରେ ଶ୍ରୀ ମୋଦୀ କହିଛନ୍ତି, ଆଜିର ଯୁବପିଢ଼ି ବହୁମୁଖୀ ପ୍ରତିଭା ଓ ଅସୀମ ଶକ୍ତିର ଅଧିକାରୀ। ସେ କହିଛନ୍ତି, ଭାରତକୁ ଏକ ଉଚ୍ଚ ଶିଖରକୁ ନେଇଯିବାକୁ ପ୍ରତ୍ୟେକଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ। ସମାଜର ମଙ୍ଗଳପାଇଁ ଯୁବପିଢ଼ିକୁ ଉତ୍ତମ ଯୋଗାଯୋଗ ଦକ୍ଷତା ହାସଲ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯୁବକ ଯୁବତୀମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ଉଚିତ। ସେମାନଙ୍କର କଥା ଗ୍ରହଣଯୋଗ୍ୟ ହେଉ ବା ନ ହେଉ; କିନ୍ତୁ ତାହା ନିଶ୍ଚିତ ପ୍ରେରଣାଦାୟୀ ହେବ। ଶ୍ରୀ ମୋଦୀ କହିଛନ୍ତି, ଜାତୀୟ ଯୁବ ପାର୍ଲାମେଣ୍ଟ ଉତ୍ସବ ଉତ୍ତମ କାଥାବାର୍ତ୍ତା ପ୍ରକ୍ରିୟା ପାଇଁ ବାଟ ଖୋଲିବ। ସେ କହିଛନ୍ତି, ଷୋଡ଼ଶ ଲୋକସଭାରେ କାର୍ଯ୍ୟ ସମ୍ପାଦନା ଶତକଡ଼ା ୨୦ ଭାଗ ଥିଲା, ଯାହା ପଞ୍ଚଦଶ ଲୋକସଭା ତୁଳନାରେ ଅଧିକ। ରାଜ୍ୟସଭା କାର୍ଯ୍ୟଧାରାରେ ବାଧାସୃଷ୍ଟିକୁ ନେଇ ସେ ଉଦ୍‍ବେଗ ପ୍ରକାଶ କରି କହିଛନ୍ତି ଯେ ରାଜ୍ୟସଭାରେ ଶତକଡ଼ା ୮ ଭାଗ କାର୍ଯ୍ୟ ସମ୍ପାଦନ ହୋଇଛି। ନାଗପୁରର ଶ୍ୱେତା ଉମରେ ପ୍ରଥମ ପୁରସ୍କାର ଲାଭ କରିଥିବା ବେଳେ ବେଙ୍ଗାଲୁରୁର ଅଞ୍ଜନାକ୍ଷୀ ଦ୍ୱିତୀୟ ପୁରସ୍କାର ଓ ପାଟନାର ମମତା କୁମାର ତୃତୀୟ ପୁରସ୍କାର ଲାଭ କରିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories