www.samajalive.in
Sunday, December 14, 2025
23.1 C
Bhubaneswar

ଯେଉଁଠି ୧୯୭୨ରେ ଆମେରିକା ବୋମା ପକାଇଥିଲା, ସେହିଠାରେ କିମଙ୍କୁ ଭେଟିଲେ ଟ୍ରମ୍ପ

ହନୋଇ : ୧୯୭୨ ଡିସେମ୍ବର ୧୮ରେ ଆମେରିକା ଯେଉଁଠାରେ ବୋମା ପକାଇଥିଲା ସେହି ସ୍ଥାନରେ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‍ ଜଙ୍ଗ ଉନ୍‍ଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି । ଏହି ସହର ହେଉଛି ହନୋଇ। ହନୋଇର ମେଟ୍ରୋପଲ ହୋଟେଲଠାରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିତୀୟ ପାଳି ସାକ୍ଷାତ ଆଲୋଚନା ହୋଇଛି । ଆଲୋଚନା ପୂର୍ବରୁ ଟ୍ରମ୍ପ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‍ଙ୍କୁ ନିଜର ସାଙ୍ଗ ବୋଲି ସମ୍ବୋଧନ କରିଥିଲେ । ଟ୍ରମ୍ପ କହିଥିଲେ ଯେ କିମଙ୍କ ପାଖରେ ମହାନ ହେବାର ସୁଯୋଗ ଅଛି। ଆଗରୁ ଇତିହାସରେ ଏଭଳି ହୋଇନାହିଁ। କିମ୍ ମଙ୍ଗଳବାର ଟ୍ରେନ୍‍ ଯୋଗେ ୪ ହଜାର କିଲୋମିଟର ଯାତ୍ରା କରି ଭିଏତନାମରେ ପହଞ୍ଚିଥିଲେ। ଏହା ପୂର୍ବରୁ ଦୁଇ ନେତାଙ୍କ ମଧ୍ୟରେ ୨୦୧୮ ଜୁନ୍‍ ୧୨ରେ ସିଙ୍ଗାପୁରଠାରେ ସାକ୍ଷାତ ଆଲୋଚନା ହୋଇଥିଲା।

ଏହି ଅବସରରେ ଉଭୟ ନେତା ଏକାଠି ଭୋଜନ କରିଛନ୍ତି । ଭୋଜନ ସମୟରେ ଉଭୟ ନେତାଙ୍କ ପରାମର୍ଶଦାତା ଉପସ୍ଥିତ ଥିଲେ ।
ପ୍ରକାଶଯୋଗ୍ୟ ଯେ ୪୭ ବର୍ଷ ପୂର୍ବେ ଆମେରିକା ହନୋଇ ଉପରେ ଆମେରିକାର ଦୁଇଟି ବୋମା ବର୍ଷଣକାରୀ ବୋମା ପକାଇଥିଲେ। ସେହି ସମୟରେ ହନୋଇ ଉତ୍ତର ଭିଏତନାମର ରାଜଧାନୀ ଥିଲା। ଏବେ ଦୁଇ ନେତା ସେହି ସହରରେ ଭେଟିବେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories