www.samajalive.in
Monday, December 15, 2025
15.1 C
Bhubaneswar

ପ୍ରଧାନମନ୍ତ୍ରୀ ଉନ୍ମୋଚନ କଲେ ‘ଖେଲୋ ଇଣ୍ଡିଆ’ ଆପ୍‍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ‘ଖେଲୋ ଇଣ୍ଡିଆ’ ଆପ୍‍ର ଶୁଭାରମ୍ଭ କରିଛନ୍ତି। ଦେଶରେ କ୍ରୀଡ଼ା ସମ୍ବନ୍ଧରେ ଏହି ଆପ୍‍ ସମସ୍ତ ତଥ୍ୟ ଯୋଗାଇବ। ନୂଆଦିଲ୍ଲୀରେ ବୁଢାବାରଦିନ ଜାତୀୟ ଯୁବ ସଂସଦ ଉତ୍ସବ-୨୦୧୯ ପୁରସ୍କାର ପ୍ରଦାନ କରିବା ଅବସରରେ ଏହି ଆପ ଉନ୍ମୋଚିତ ହୋଇଛି। ଭାରତୀୟ କ୍ରୀଡା ପ୍ରାଧିକରଣ ଦ୍ୱାରା ପ୍ରସ୍ତୁତ ହୋଇଥିବା ଖେଲୋ ଇଣ୍ଡିଆ ଆପ ମାଧ୍ୟମରେ ଖେଳ ଏବଂ ଫିଟନେସ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ। ସାରା ଦେଶରେ କ୍ରୀଡାର ବିକାଶ ସହ ବିଶ୍ୱସ୍ତରୀୟ କ୍ରୀଡ଼ାବିତ ସୃଷ୍ଟି କରିବା ଲକ୍ଷ ଏହି ଆପ ଦ୍ୱାରା ପୂରଣ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ହିନ୍ଦୀ ଏବଂ ଇଂରାଜୀରେ ଆରମ୍ଭ କରାଯାଇଥିବା ଏହି ଆପର ତିନୋଟି ବିଶେଷତ୍ୱ ରହିଛି ଯାହାର ପ୍ରଥମ ଭାଗରେ ୧୮ଟି କ୍ରୀଡା ଶୃଙ୍ଖଳାର ନିୟମ ରହିଥିବା ବେଳେ ଦ୍ଵିତୀୟ ଭାଗରେ ଦେଶରେ ଥିବା ଖେଳ ସୁବିଧା ସମ୍ପର୍କରେ ବର୍ଣନା କରାଯାଇଛି। ତୃତୀୟ ଭାଗରେ ୮ଟି ଟେଷ୍ଟ ରହିଛି ଯାହା ଦ୍ୱାରା ଫିଟନେସ ସ୍ଥର ଜାଣିହେବ। ଏହି ଉତ୍ସବରେ ଉପସ୍ଥିତ ଥିବା ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋଡ୍‍ କହିଛନ୍ତି, ସରକାର ଭାରତୀୟ କ୍ରିଡ଼ାବିତ୍‍ମାନଙ୍କ ଦକ୍ଷତାକୁ ଉଜ୍ଜୀବିତ କରି ସେମାନଙ୍କୁ ଆନ୍ତର୍ଜାତିକ କ୍ରୀଡ଼ା କାର୍ଯ୍ୟକ୍ରମ ପାଇଁ ଯୋଗ ବିବେଚିତ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories