www.samajalive.in
Monday, December 15, 2025
16.1 C
Bhubaneswar

ଧରାପଡ଼ିଥିବା ଭାରତୀୟ ପାଇଲଟର କିଛି କରିପାରିବ ନାହିଁ ପାକିସ୍ତାନ

ନୂଆଦିଲ୍ଲୀ : ପାକିସ୍ତାନ ଯୁଦ୍ଧ ବିମାନ ବୁଧବାର ଭାରତୀୟ ବାୟୁ ସୀମା ଉଲ୍ଲଙ୍ଘନ କରି ସୀମାନ୍ତରେ ବୋମା ପକାଇଛି। ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଏକ ଏଫ-୧୬ ଯୁଦ୍ଧ ବିମାନ ଧ୍ୱଂସ ହୋଇଯାଇଛି। ତେବେ ଏହି ସମୟରେ ଭାରତର ଏକ ମିଗ୍-୨୧ ଯୁଦ୍ଧ ବିମାନ ନଷ୍ଟ ହୋଇଛି। ଭାରତର ଜଣେ ପାଇଲଟକୁ ପାକିସ୍ତାନ ଧରିଥିବା ଦାବି କରିଛି। ଏପଟେ ଭାରତ ସରକାର ଜଣେ ପାଇଲଟ ନିଖୋଜ ଥିବା ସ୍ୱୀକାର କରିଛନ୍ତି। ଏହାର ତଦନ୍ତ ଜାରି ରହିଛି। ତେବେ ଅନ୍ତର୍ଜାତୀୟ ନିୟମ ଅନୁସାରେ ପାକିସ୍ତାନ ଧରିଥିବା ଭାରତୀୟ ପାଇଲଟର କିଛି ବି କରିପାରିବ ନାହିଁ। କାରଣ ଯୁଦ୍ଧବନ୍ଦୀଙ୍କ ପାଇଁ ସ୍ୱତନ୍ତ୍ର ନିୟମ ରହିଛି। ଅନ୍ତର୍ଜାତୀୟ ଜେନେଭା ଚୁକ୍ତିରେ ଯୁଦ୍ଧବନ୍ଦୀଙ୍କ ପାଇଁ ଏହି ସ୍ୱତନ୍ତ୍ର ନିୟମ ପ୍ରସ୍ତୁତ କରାଯାଇଥିଲା। ଏହି ନିୟମ ଅନୁୁସାରେ ଯୁଦ୍ଧବନ୍ଦୀଙ୍କୁ ଡରାଇବା, ଧମକାଇବା କିମ୍ବା ଅପମାନ କରାଯାଇପାରିବ ନାହିଁ। ଯୁଦ୍ଧ ସରିବା ପରେ ଯୁଦ୍ଧବନ୍ଦୀଙ୍କ ଉପରେ ମାମଲା ଚାଲିବ କିମ୍ବା ସେମାନଙ୍କୁ ଫେରାଇ ଦିଆଯିବ। ଧରାପଡ଼ିବା ପରେ ଯୁଦ୍ଧବନ୍ଦୀଙ୍କୁ କେବଳ ନିଜ ନାମ, ସୈନ୍ୟ ପଦ ଏବଂ ନମ୍ବର କହିବାର ପ୍ରାବଧାନ ରହିଛି। ୧୯୪୯ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜେନେଭା ଚୁକ୍ତି ହୋଇଥିଲା।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories