ପାକିସ୍ତାନ ଉପ ଉଚ୍ଚାୟୁକ୍ତଙ୍କୁ ସମନ
![](https://samajalive.in/wp-content/uploads/2019/02/pak-3.jpg)
ନୂଆଦିଲ୍ଲୀ .- ଭାରତର ଆକାଶ ସୀମା ଉଲ୍ଲଘଂନ କରିବା ଓ ଆକ୍ରମଣ କରିବା ଅଭିଯୋଗରେ ଭାରତର ବିଦେଶ ମନ୍ତ୍ରାଳୟ ପକ୍ଷରୁ ପାକିସ୍ତାନର ଉପ ଉଚ୍ଚାୟୁକ୍ତଙ୍କୁ ସମନ ଜାରି କରାଯାଇଥିଲା । ଏହାପରେ ପାକିସ୍ତାନର ଉପ ଉଚ୍ଚାୟୁକ୍ତ ସୟଦ ହାଇଦର ଶାହା ଦିଲ୍ଲୀର ସାଉଥ ବ୍ଲକରେ ଥିବା ବିଦେଶମନ୍ତ୍ରାଳୟର କାର୍ଯ୍ୟାଳୟରେ ପହଞ୍ଚିବା ସହ ନିଜର ପକ୍ଷ ରଖିଛନ୍ତି ।
![prayash](https://samajalive.in/wp-content/uploads/2024/12/prayash.jpg)
ଭାରତ ଦ୍ୱାରା ପାକିସ୍ତାନ ସୀମାରେ ଆତଙ୍କବାଦୀ ଆଡ୍ଡାକୁ ନଷ୍ଟ କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆହୁରି ବୃଦ୍ଧି ପାଇଛି । ପାକିସ୍ତାନର କିଛି ଯୁଦ୍ଧ ବିମାନ ଭାରତୀୟ ଆକାଶସୀମା ଉଲ୍ଲଘଂନ କରିଛନ୍ତି । ଏହପରେ ଭାରତୀୟ ବାୟୁସେନାର ବିମାନ ସେମାନଙ୍କୁ ସୀମାପାର କରାଇ ଦେଇଥିଲେ । ପାକିସ୍ତାନର ଗୋଟିଏ ଏଫ୍-୧୬ ବିମାନକୁ ଭାରତ ପକ୍ଷରୁ ଖସାଇ ଦିଆଯାଇଛି ।
![kalyan agarbati](https://samajalive.in/wp-content/uploads/2025/01/kalyani-adv.jpg)