www.samajalive.in
Monday, December 15, 2025
17.1 C
Bhubaneswar

ଭିକାରି ରପ୍ତାନି କରୁଛି ପାକିସ୍ତାନ

ଲାହୋର: ବିଦେଶକୁ ଆତଦଙ୍କବାଦୀ ପଠାଉଥିବା ନେଇ ପାକିସ୍ତାନର ଅପଖ୍ୟାତି ରହିଛି। ଏବେ ଭିକାରି ପଠାିବାକୁ ନେଇ ଏହି ଦେଶ ଚର୍ଚ୍ଚାକୁ ଆସିଛି। ତୀର୍ଥଯାତ୍ରୀ ବେଶରେ ସାଉଦି ଆରବ ଯିବାକୁ ଉଦ୍ୟମ କରୁଥିବା ୧୬ଜଣ ପାକିସ୍ତାନୀ ଭିକାରିଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି। ଭିକାରିମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ପରେ ସେମାନଙ୍କୁ ଗିରଫ କରାଯାଇଛି। ପୁଲିସ କହିବା ଅନୁଯାୟୀ ଭିକାରିମାନେ ପଞ୍ଜାବର ମୁଲତାନରୁ ସାଉଦି ଆରବ ଅଭିମୁଖେ ଯିବାକୁ ଥିବା ବିମାନରେ ଯାତ୍ରା କରିବାକୁ ଉଦ୍ୟମ କରିଥିଲେ। ଭିକାରି ଦଳରେ ୧୧ଜଣ ମହିଳା, ଜଣେ ଶିଶୁ ଓ ୪ଜଣ ପୁରୁଷ ଥିଲେ। ଏମାନେ ସମସ୍ତେ ‘ଉମ୍‌ରା ଭିସା’ (ତୀର୍ଥଯାତ୍ରୀ) ଭିସାରେ ସାଉଦି ଆରବ ଯିବାକୁ ଥିଲା। ଇରାକ, ସାଉଦି ଆରବ ଓ ପଶ୍ଚିମ ଏସିଆ ଦେଶଗୁଡିକରେ ଯେଉଁସବୁ ଭିକାରି ଦେଖାଯାଉଛନ୍ତି ​‌େ​‌ସମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ପାକିସ୍ତାନୀ। ପାକିସ୍ତାନରୁ ବହୁସଂଖ୍ୟକ ଭିକାରିଙ୍କ ଆଗମନକୁ ନେଇ ଇରାକ ଓ ସାଉଦି ଆରବର ରାଷ୍ଟ୍ରଦୂତ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ନିକଟରେ ଉଦ୍‌ବେଗ ଜଣାଇଥିଲେ। ଏପରିକି ଭିକାରି ପଠାଇବା ବନ୍ଦ କରିବାକୁ ପାକିସ୍ତାନ ଉପରେ ଚାପ ପକାଇଥିଲେ। ପାକିସ୍ତାନରୁ ଆସୁଥିବା ଭିକାରିମାନେ ବିଭିନ୍ନ ମସଜିଦ ନିକଟରେ ଭିକ ମାଗିବା ସହିତ ସୁବିଧା ସୁଯୋଗ ଦେଖି ପକେଟମାର୍‌ କରିଥାନ୍ତି। ସମ୍ପ୍ରତି ପାକିସ୍ତାନ ଏବେ ଘୋର ଆର୍ଥିକ ଅନଟନ ମଧ୍ୟରେ ଗତି କରୁଥିବାରୁ ନାଗରିକମାନେ ଖାଦ୍ୟପେୟ ପାଇପାରୁ ନାହାନ୍ତି। ତେଣୁ ସେମାନେ ବାଧ୍ୟ ହୋଇ ଅନ୍ୟ ରାଷ୍ଟ୍ରକୁ ଯିବା ସହିତ ସେଠାରେ ଏପରି ନୀଚ କାମ କରୁଛନ୍ତି। ପୂର୍ବରୁ ପାକିସ୍ତାନ ଅନ୍ୟ ରାଷ୍ଟ୍ରକୁ ଆତଙ୍କବାଦୀ ପ୍ରେରଣ କରିବା ନେଇ ଚର୍ଚ୍ଚାରେ ରହିଥିବାବେଳେ
ଏବେ ଭିକାରି ଚାଲାଣକୁ ନେଇ ବିଶ୍ବରେ ପରିଚୟ ଲାଭ କରିଛି।

ଇମିଗ୍ରେସନ ପ୍ରୋସେସ କାଳରେ ଏଫଆଇଏ ଅଧିକାରୀମାନେ ସେହିସବୁ ଯାତ୍ରୀଙ୍କୁ ପଚରା ଉଚରା କରିବା ବେଳେ ସେମାନେ ଭିକ ମାଗିବା ଉଦ୍ଦେଶ୍ୟରେ ବିଦେଶ ଯାଉଥିବା ସ୍ୱୀକାର କରିଥିଲେ। ସେମାନେ କହିଥିଲେ ଯେ ଭିକ୍ଷାବୃତ୍ତିରୁ ହେବାକୁ ଥିବା ଆୟର ଅଧା ଭାଗ ସେମାନଙ୍କ ଯାତ୍ରା ବ୍ୟବସ୍ଥା କରିଥିବା ଏଜେଣ୍ଟଙ୍କୁ ଦେବାକୁ ହେବ। ଭିସା ସମାପ୍ତ ହେବା ସହ ସେମାନେ ପୁଣି ପାକିସ୍ତାନ ଫେରିବାର ଥିଲା। ଭିକାରୀମାନଙ୍କୁ ଅବୈଧ ଉପାୟରେ ବିଦେଶକୁ ଭିକମାଗିବାକୁ ପଠାଯାଉଥିବା ସିନେଟ୍ କମିଟି କହିଥିଲେ। ମନ୍ତ୍ରାଳୟଙ୍କ ସଚିବ ସିନେଟ ପ୍ୟାନେଲକୁ କହିଥିଲେ ଯେ ବିଦେଶରେ ଧରାପଡିଥିବା ୯୦ ପ୍ରତିଶତ ଭିକାରୀ ପାକିସ୍ତାନର। ସେ କହିଥିଲେ ଯେ ଇରାକୀ ଓ ସାଉଦୀ ଉଭୟ ରାଜଦୂତ ଏପରି ଗିରଫଦାରୀ ଯୋଗୁ ଦେଶର ଜେଲମାନଙ୍କରେ ଭିଡ ବଢୁଥିବା କହିଥିଲେ। ସିନେଟ ପ୍ୟାନେଲକୁ ଦିଆଯାଇଥିବା ରିପୋର୍ଟରେ ବିଦେଶ ମନ୍ତ୍ରାଳୟ ସଚିବ ଜୁଲଫିକାର ହାଇଦର କହିଥିଲେ ଯେ ପାଖାପାଖି ୩୦ ଲକ୍ଷ ପାକିସ୍ତାନୀ ସାଉଦୀ ଆରବ, ୧୫ ଲକ୍ଷ ୟୁଏଇ ଓ ୨ ଲକ୍ଷ କତାରରେ ଅଛନ୍ତି। ଅଧିକାଂଶ ଭିକାରୀ ସାଉଦୀ ଆରବ, ଇରାନ ଓ ଇରାକ ଯିବା ପାଇଁ ହଜ ଯାତ୍ରା ନିମନ୍ତେ ଜାରି ଭିସାର ଫାଇଦା ନେଉଛନ୍ତି। ସେମାନେ ଥରେ ସେଠାରେ ପହଞ୍ଚି ଗଲେ ଭିକ ମାଗିବା ଆରମ୍ଭ କରିଦେଉଛନ୍ତି। ପାକିସ୍ତାନୀ ସମ୍ବାଦପତ୍ର ‘ଦି ଏକ୍ସପ୍ରେସ ଟ୍ରିବ୍ୟୁନ’ ହାଇଦରଙ୍କ ସୂତ୍ରରୁ ଉଲ୍ଲେଖ କରିଛି ଯେ ବହୁ ସଂଖ୍ୟାରେ ଭିକାରୀ ଏବେ ପାକିସ୍ତାନ ଛାଡୁଛନ୍ତି। ମକ୍କା ମସଜିଦ ବ୍ୟତୀତ ଅନ୍ୟ ଧାର୍ମିକ ସ୍ଥଳରୁ ବହୁ ସଂଖ୍ୟାରେ ପକେଟମାରଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଧିକାଂଶ ପକେଟମାରଙ୍କ ମଧ୍ୟରେ ପାକିସ୍ତାନୀ ଅଛନ୍ତି।
କିଛିଦିନ ତଳେ ସାଉଦି ଆରବ ସରକାର ସିଧାସଳଖ ପାକିସ୍ତାନକୁ ତାଗିଦ୍ କରିଥିଲା। ପାକିସ୍ତାନର ଦରିଆପାରି ସଚିବ ସାଉଦି ଆରବ ଗସ୍ତରେ ଯାଇଥିଲା ବେଳେ ସେଠାରେ ତାଙ୍କୁ ସାଉଦି ସରକାର ଏକଥା ଜଣାଇଛନ୍ତି। ସାଉଦି ଆରବ ସଚିବ ସିଧାସଳଖ ତାଗିଦ୍ କରି ଭିକାରୀ ନପଠାଇଜବାକୁ କହିଛନ୍ତି। ପାକିସ୍ତାନୀ ଭିକାରୀଙ୍କ ଯୋଗୁ ସାଉଦିର ଜେଲ୍‌ ଭରପୂର ହୋଇଗଲାଣି। ସାଉଦିରେ ଯେତେ ଭିକାରୀ ଧରାପଡୁଛନ୍ତି ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ହେଉଛନ୍ତି ପାକିସ୍ତାନୀ। ପାକିସ୍ତାନୀ ନାଗରିକମାନେ ପର୍ଯ୍ୟଟନ ଓ ଅନ୍ୟାନ୍ୟ ଭିସାରେ ସାଉଦି ଆରବ ଆସୁଛନ୍ତି। ଏଠାକୁ ଆସିବା ପରେ ସେମାନେ ବିଭିନ୍ନ ମସ୍‌ଜିଦ ବାହାରେ ଭିକ ମାଗୁଛନ୍ତି ନହେଲେ ପକେଟମାର୍‌ କରୁଛନ୍ତି। ସାଉଦି ଆରବରେ ଭିକ ମାଗିବା ଉପରେ କଟକଣା ଜାରି କରାଯାଇଛି। ଯେଉଁମାନେ ଭିକ ମାଗୁଛନ୍ତି ସେମାନଙ୍କୁ ଧରି ଜେଲ୍‌ରେ ଭର୍ତ୍ତି କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories