www.samajalive.in
Monday, December 15, 2025
15.1 C
Bhubaneswar

ମହିଳା ପୁଲିସ ଏଏସ୍‌ଆଇଙ୍କୁ ମାରିଦେଲେ

ରାଉରକେଲା: ବସ୍‌-କାର ମଧ୍ୟରେ ଧକ୍କାକୁ କେନ୍ଦ୍ର କରି ହୋଇଥିବା ଗଣ୍ଡଗୋଳ ଓ ମାରପିଟ୍‌ ରୋକିବାକୁ ଯାଇଥିବାବେଳେ ଜନୈକ ମହିଳା ପୁଲିସ ଏଏସଆଇଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଉପଦ୍ରବକାରୀ ଦୁର୍ଘଟଣାଗ୍ରସ୍ତ ବସକୁ ଭଙ୍ଗାରୁଜା କରିବା ସହିତ ବସ ଚାଳକଙ୍କୁ ମାଡ଼ ମାରି ଲହୁଲୁହାଣ କରି ପକାଇଛନ୍ତି। ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ପୁଲିସ କାର ମାଲିକ ଓ ତାଙ୍କ ସପକ୍ଷବାଦୀ ଗଣ୍ଡଗୋଳକାରୀଙ୍କୁ ଥାନାରେ ଅଟକ ରଖିଛି। ଗଣ୍ଡଗୋଳର ସମାଧାନ କରିବାକୁ ଯାଇ ଜଣେ ପୁଲିସ ଅଧିକାରୀଙ୍କ ମୃତ୍ୟୁ ଘଟଣା ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି।

ଗତକାଲି ଅପରାହ୍ଣ ପ୍ରାୟ ୪ଟା ବେଳେ ରାଉରକେଲା ମହାନଗର ନିଗମ ଓ ହନୁମାନ ବାଟିକା ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ରାଜଗାଙ୍ଗପୁରରୁ ରାଉରକେଲା ଆସୁଥିବା ରାଜା ଗୋଲଡ ନାମକ ବସ ସହିତ ଏକ କାରର ଧକ୍କା ହୋଇଥିଲା। ଏଥିରେ କାରର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିଲା। କାରରେ ଯାତ୍ରା କରୁଥିବା ଲୋକମା​ନେ ଓହ୍ଲାଇ ପଡ଼ିଥିଲେ। ବସ୍‌ ଆଗରେ ସେମାନେ ଠିଆ ହୋଇ ପଡ଼ିଥିଲେ। ବସ ଚାଳକଙ୍କୁ ଗାଡ଼ିରୁ ତଳକୁ ଘୋଷାରି ଆଣି କାର ମରାମତି ବାବଦରେ ଅର୍ଥ ଦାବି କରିଥିଲେ। ବସ୍‌ ଚାଳକ ଏଥିରେ ରାଜି ହୋଇ ନଥିଲେ। ବୀମା ଥିବାରୁ ମରାମତି ବାବଦ ଅର୍ଥ ବୀମା କମ୍ପାନୀ ଭରଣା କରିବ ବୋଲି ସେ ବୁଝାସୁଝା କରିଥିଲେ। ମାତ୍ର ଯୁବକମାନେ କିଛି ବୁଝି ନଥିଲେ। ସେମାନେ ଫୋନ୍‌ କରି ଅନ୍ୟ କିଛି ଯୁବକଙ୍କୁ ଘଟଣାସ୍ଥଳକୁ ଡାକି ଦେଇଥିଲେ। କିିଛି ସମୟ ପରେ ବିରଜାପାଲି ଅଞ୍ଚଳର ୮/୧୦ ଜଣ ଯୁବକ ସେଠାରେ ପହଞ୍ଚି ଯାଇଥିଲେ। ସେମାନେ ସମ୍ମିଳିତ ଭାବେ ବସ୍‌ ଚାଳକ ଏମ୍‌ଡି ଜାକିରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଗଣ୍ଡଗୋଳକାରୀଙ୍କ ମାଡ଼ରେ ସେ ଗୁରୁତର ଆହତ ହୋଇଥିଲେ। ବାପାଙ୍କୁ ଆକ୍ରମଣକାରୀଙ୍କ କବଳରୁ ରକ୍ଷା କରିବାକୁ ଯାଇ ତାଙ୍କ ପୁଅ ମଧ୍ୟ ଆହତ ହୋଇଥିଲେ। ଏହା ସହିତ ବସ୍‌ ଭଙ୍ଗାରୁଜା କରିଥିଲେ। ବସ୍‌ରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ।

- Advertisement -

ଗଣ୍ଡଗୋଳ ସମ୍ପର୍କରେ ଖବର ପାଇ ଉଦିତନଗର ଥାନାର ଏଏସ୍‌ଆଇ ଆଲିଶ ଏନ୍‌. ଲୁଗୁନ ଅନ୍ୟାନ୍ୟ ପୁଲିସ କର୍ମଚାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ଗଣ୍ଡଗୋଳକାରୀଙ୍କୁ ନିୟନ୍ତ୍ରଣ କରୁଥିବା ବେଳେ ସମ୍ଭବତଃ କେହି ଜଣେ ତାଙ୍କୁ ଆକ୍ରମଣ କରିିଥିଲା। ଫଳରେ ସେହିଠାରେ ଆଲିଶ ଚେତାଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ଆର୍‌ଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେତେବେଳକୁ ଗଣ୍ଡଗୋଳକାରୀମାନେ ଫେରାର ହୋଇଯାଇଥିଲେ। ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡ଼ିକୁ ଉଦିତନଗର ପୁଲିସ ଜବତ କରିଛି। ଏହି ଘଟଣା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି କିଛି ଗଣ୍ଡଗୋଳକାରୀଙ୍କୁ ଥାନାରେ ଅଟକ ରଖିଛି। ମୃତଦେହକୁ ଶବାଗାରରେ ରଖାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories