ପାକିସ୍ତାନର ପ୍ରଥମ ଦୃଷ୍ଟିହୀନ ବିଚାରପତି ସଲିମ

0

ଲାହୋର : ପ୍ରଥମ ଥର ପାଇଁ ଜଣେ ଦୃଷ୍ଟିବାଧିତ ଆଇନଜୀବୀ ୟୁସଫ ସଲିମ ପାକିସ୍ତାନରେ ବିଚାରପତି ନିଯୁକ୍ତ ହେବାର ଗୌରବ ହାସଲ କରିଛନ୍ତି। ମଙ୍ଗଳବାର ସେ ସିଭିଲ ଜଜ ତଥା ମାଜିଷ୍ଟ୍ରେଟ୍‍ ଭାବେ ଶପଥ ଗ୍ରହଣ କରିଛନ୍ତି। ଲାହୋରର ସଲିମ ଏହା ପୂର୍ବରୁ ପଞ୍ଜାବ ପ୍ରଦେଶ ସରକାରରେ ଆଇନ ବିଭାଗର ସହକାରୀ ନିର୍ଦେଶକ ଭାବେ କାର୍ଯ୍ୟରତ ଥିଲେ। ବିଚାରପତି ନିଯୁକ୍ତି ପାଇଁ ଅନୁଷ୍ଠିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୩୦୦ପ୍ରାର୍ଥୀଙ୍କ ମଧ୍ୟରେ ସେ ୨୧ତମ ସ୍ଥାନ ଅଧିକାର କରିବା ସହ ନୂଆ ନିଯୁକ୍ତି ପାଇଁ ମନୋନୀତ ହୋଇଥିଲେ। ସାକ୍ଷାତକାରରେ ସେ ସର୍ବୋଚ୍ଚ ସ୍ଥାନ ହାସଲ କରିଥିଲେ ମଧ୍ୟ ଦୃଷ୍ଟିହୀନତା କାରଣରୁ ତାଙ୍କୁ ନିଯୁକ୍ତିରୁ ବଞ୍ଚିତ ହେବାକୁ ପଡ଼ିଥିଲା। ପାକିସ୍ତାନର ପ୍ରଧାନ ବିଚାରପତି ସାକିବ ନିସାରଙ୍କ ହସ୍ତକ୍ଷେପ ପରେ ସେ ନ୍ୟାୟ ପାଇଛନ୍ତି। ସଲିମ ଜନ୍ମାନ୍ଧ। ତାଙ୍କର ୪ଭଉଣୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ମଧ୍ୟ ଦୃଷ୍ଟିହୀନ। ଜଣେ ଭଉଣୀ ସାଇମା ସଲିମ ୨୦୦୭ରେ ପ୍ରଥମ ଦୃଷ୍ଟିହୀନ ପ୍ରାର୍ଥୀ ଭାବେ ପାକିସ୍ତାନ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏବେ ପ୍ରଧାନମନ୍ତ୍ରୀଙ୍କ ସଚିବାଳୟରେ ଡେପୁଟି ସେକ୍ରେଟାରୀ ଭାବେ କାର୍ଯ୍ୟରତ। ଅନ୍ୟତମ ଦୃଷ୍ଟିହୀନ ଭଉଣୀ ଲାହୋର ବିଶ୍ୱବିଦ୍ୟାଳୟରେ ଅଧ୍ୟାପିକା।

kalyan agarbati
Leave A Reply