ନୂଆଦିଲ୍ଲୀ : ଆଇସିସି ବିଶ୍ୱକପ ପାଇଁ ଭାରତକୁ ପାକିସ୍ତାନ ଦଳ ପଠାଇବା ପାକିସ୍ତାନର ଗୋଟିଏ ସୁରକ୍ଷା ପ୍ରତିନିଧି ଦଳ ଭାରତ ଆସିବେ। ମ୍ୟାଚ ଖେଳା ହେବାକୁ ଥିବା ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯିବ। ସୁରକ୍ଷା ପ୍ରତିନିଧି ଦଳ ବିଶ୍ୱକପରେ ଦଳ ପାଇଁ କ’ଣ ସବୁ ସୁରକ୍ଷା ବ୍ୟବସ୍ଥା ହୋଇଛି ଓ ସେମାନେ କେଉଁଠି ରହିବେ, ତା’ର ଟିକିନିକ୍ ତଥ୍ୟ ସଂଗ୍ରହ କରିବେ। ପ୍ରତିନିଧି ଦଳ ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଲକାତା ଓ ଅହମଦାବାଦ ଗସ୍ତ କରିବେ। ଅହମଦାବାଦରେ ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ ଟକ୍କର। ଏହି ସୁରକ୍ଷା ପ୍ରତିନିଧି ଦଳ ରିପୋର୍ଟ ଦେବା ପରେ ହିଁ ପାକିସ୍ତାନ ସରକାର ଏ ନେଇ ନିଷ୍ପତ୍ତି ନେବେ। ନିଷ୍ପତ୍ତି ପରେ ଯାଇ ପାକିସ୍ତାନ ଦଳ ଖେଳିବାକୁ ଆସିବ ବୋଲି ଜଣାପଡ଼ିଛି। ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୬ ଟି-୨୦ ବିଶ୍ୱକପ ଖେଳିବାକୁ ପାକିସ୍ତାନ ମଧ୍ୟ ଭାରତ ଆସିଥିଲା। ସେତେବେଳେ ପାକିସ୍ତାନ ସରକାର ଏମିତି ପଦକ୍ଷେପ ଗ୍ରହଣ କରିଥିଲେ।
ଆଇସିସି ବିଶ୍ୱକପ କ୍ରିକେଟ୍ : ଭାରତରେ ସ୍ଥିତି ପରଖିବେ ପାକିସ୍ତାନର ସୁରକ୍ଷା ପ୍ରତିନିଧି ଦଳ
Popular Categories



