www.samajalive.in
Wednesday, December 10, 2025
15.1 C
Bhubaneswar

ୟୁନିସେଫ ଆମ୍ବାସାଡ଼ର ପଦରୁ ପ୍ରିୟଙ୍କାଙ୍କୁ ହଟାଅ : ପାକ୍‍

ନୂଆଦିଲ୍ଲୀ : ପ୍ରିୟଙ୍କା ଚୋପ୍ରାଙ୍କୁ ୟୁନିସେଫର ଗୁଡ଼ୱିଲ ଆମ୍ବାସାଡ଼ର(ସଦଭାବନା ଦୂତ) ପଦରୁ ହଟାଇବା ପାଇଁ ଅନଲାଇନ ଆବେଦନ ମାଧ୍ୟମରେ ପାକିସ୍ତାନ ଦାବି କରିଛି। ଭାରତୀୟ ବାୟୁସେନା ଦ୍ୱାରା ବାଲାକୋଟରେ କରାଯାଇଥିବା ଆକ୍ରମଣକୁ ପ୍ରଶଂସା କରି ପ୍ରିୟଙ୍କା କରିଥିବା ଟ୍ୱିଟକୁ ନେଇ ପାକିସ୍ତାନ ଏପରି ଦାବି କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଆତଙ୍କବାଦୀ ସଙ୍ଗଠନ ଉପରେ ବାୟୁସେନାର ଆକ୍ରମଣକୁ ସାରା ଦେଶରେ ପ୍ରଶଂସା କରାଯାଉଥିବା ବେଳେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି ଘଟଣାରେ ବାୟୁସେନାକୁ ସମର୍ଥନ କରିଥିଲେ। ଏଥିସହିତ ସେ ଟ୍ୱିଟର୍‍ ମାଧ୍ୟମରେ ଭାରତୀୟ ବାୟୁସେନାର ପ୍ରଶଂସା କରିଥିଲେ ଏବଂ ଜୟ ହିନ୍ଦ୍‍ ଲେଖିଥିଲେ। ମାତ୍ର ଏହି ଟ୍ୱିଟକୁ ନେଇ ପ୍ରିୟଙ୍କାଙ୍କ ଉପରେ ଖପ୍ପା ହୋଇଛି ପାକିସ୍ତାନ। ତେଣୁ ୟୁନିସେଫର ସଦଭାବନା ଦୂତ ପଦରୁ ତାଙ୍କୁ ହଟାଇବା ପାଇଁ ଦାବି କରିଛି। ପାକ୍‍ ପକ୍ଷରୁ ଜାରି କରାଯାଇଥିବା ଅନଲାଇନ ଆବେଦନ ପତ୍ରରେ ଉଲ୍ଲେଖ ରହିଛି ଯେ, “ଦୁଇ ଦେଶ ମଧ୍ୟରେ ଆଣବିକ ଯୁଦ୍ଧ ହେଲେ ଏହାଦ୍ୱାରା କେବଳ କ୍ଷତି ହିଁ ହେବ। ପ୍ରିୟଙ୍କା ୟୁନିସେଫର ବ୍ରାଣ୍ଡ୍‍ ଆମ୍ବାସାଡ଼ର ହୋଇ ବାୟୁସେନା ସପକ୍ଷରେ ଏପରି ଟ୍ୱିଟ୍‍ କରିବା ଉଚିତ ନୁହେଁ ବରଂ ସେ ଶାନ୍ତି ଓ ନିରପେକ୍ଷତାର ପରିଚୟ ଦେବା ଆବଶ୍ୟକ ଥିଲା। ତେଣୁ ସେ ଏହି ପଦ ପାଇଁ ଯୋଗ୍ୟ ନୁହଁନ୍ତି”।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories