www.samajalive.in
Tuesday, December 9, 2025
26.1 C
Bhubaneswar

ଭାରତକୁ ସମର୍ଥନ କରୁଥିବା ଦେଶ ଉପରେ କ୍ଷେପଣାସ୍ତ୍ର ମାଡ଼ ହେବ: ପାକ୍‌ ମନ୍ତ୍ରୀ

ଇସଲାମାବାଦ: କାଶ୍ମୀର ପ୍ରସଙ୍ଗରେ ଭାରତକୁ କୌଣସି ଦେଶ ସମର୍ଥନ କଲେ ତା’ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯିବ। ଉକ୍ତ ଦେଶକୁ ପାକିସ୍ତାନର ଶତ୍ରୁରାଷ୍ଟ ବୋଲି ବିଚାର କରାଯିବ। ପାକିସ୍ତାନର ଜଣେ ମନ୍ତ୍ରୀଙ୍କ ଏଭଳି ବିବାଦୀୟ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ପାକ୍‌ ମନ୍ତ୍ରୀ ଅଲି ଅମିନ ଗନ୍ଦାପୁର କହିଛନ୍ତି, କାଶ୍ମୀର ପ୍ରସଙ୍ଗରେ ଯଦି ଭାରତ ସହିତ ଉତ୍ତେଜନା ବୃଦ୍ଧି ପାଏ, ତେବେ ପାକିସ୍ତାନ ଯୁଦ୍ଧ କରିବାକୁ ବାଧ୍ୟ ହେବ। ସୁତରାଂ ଯେଉଁ ଦେଶ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ ନ କରି ଭାରତକୁ ସମର୍ଥନ କରୁଛନ୍ତି, ସେମାନେ ଆମର ଶତ୍ରୁ ରାଷ୍ଟ୍ର ବୋଲି ବିଚାର କରାଯିବ ଏବଂ ଭାରତ ସହିତ ଉକ୍ତ ଦେଶଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯିବ। ଅଲି ଅମିନ ପାକିସ୍ତାନର କାଶ୍ମୀର ଏବଂ ଗିଲଗିଟ୍‌ ବାଲତିସ୍ତାନ ବ୍ୟାପାର ମନ୍ତ୍ରୀ ଅଛନ୍ତି। ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଜଣେ ପାକିସ୍ତାନୀ ସାମ୍ବାଦିକ ମନ୍ତ୍ରୀଙ୍କ ଭିଡିଓର କିଛି ଅଂଶକୁ ଟ୍ବିଟ୍‌ କରିବା ପରେ ଏହା ସାମ୍ନାକୁ ଆସିଛି।

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories