www.samajalive.in
Tuesday, December 9, 2025
16.1 C
Bhubaneswar

ଆମେରିକା ରାଷ୍ଟ୍ରପତି ନିର୍ବାଚନ – ଆଉ ମାତ୍ର ତିନି ଦିନ ବାକି

ଡେସ୍କ: ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି। ଆମେରିକୀୟମାନେ ସେମାନଙ୍କର ପରବର୍ତ୍ତୀ ରାଷ୍ଟ୍ରପତି ସ୍ଥିର କରିବାକୁ ଆଉ ମାତ୍ର ତିନି ଦିନ ବାକି ଅଛି। ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହାରିସ୍ ଆଜି ଉତ୍ତର କାରୋଲିନା ଏବଂ ଭର୍ଜିନିଆର ପ୍ରମୁଖ ରାଜ୍ୟ ଗୁଡିକରେ ଅନେକ ରାଲି କରିଛନ୍ତି।

ଇତି ମଧ୍ୟରେ ୭୦ ନିୟୁତରୁ ଅଧିକ ମତଦାନ ହୋଇସାରିଛି। ୨୦୨୦ରେ ହୋଇଥିବା ୧୦୧.୫ ନିୟୁତ ପ୍ରାରମ୍ଭିକ ଭୋଟ୍ ତୁଳନାରେ ଏହି ସଂଖ୍ୟା କମ୍ ଥିବା ବେଳେ ୨୦୧୬ ଓ ୨୦୧୨ରେ ହୋଇଥିବା ପ୍ରାରମ୍ଭିକ ମତଦାନକୁ ଏହା ଅତିକ୍ରମ କରିଛି। ଏହି ନିର୍ବାଚନରେ ନେଭାଡା, ଆରିଜୋନା, ନର୍ଥ କାରୋଲିନା, ଜର୍ଜିଆ, ୱିସକନ୍ସିନ୍, ମିଚିଗାନ୍ ଓ ପେନ୍ସିଲଭେନିଆ ଭଳି ୭ଟି ରାଜ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ୫୩୮ ଇଲେକ୍ଟୋରାଲ କଲେଜ ଭୋଟ୍ ସହ ୨୭୦ କିମ୍ବା ତା’ଠାରୁ ଅଧିକ ଭୋଟ ପାଇଥିବା ପ୍ରାର୍ଥୀ ବିଜୟୀ ହେବେ। ଉଭୟ ପ୍ରାର୍ଥୀଙ୍କୁ ଅତି କମରେ ତିନୋଟି ପ୍ରମୁଖ ରାଜ୍ୟରେ ଜିତିବାକୁ ପଡିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories