www.samajalive.in
Tuesday, December 9, 2025
15.1 C
Bhubaneswar

କେରଳ ଏକ୍ସପ୍ରେସ୍ ଧକ୍କାରେ ୪ ମୃତ

ଡେସ୍କ: କେରଳରେ ଶନିବାର ସନ୍ଧ୍ୟାରେ ସୋର୍ଣ୍ଣୁର ନିକଟରେ ଭରତପୁଜା ନଦୀ ଉପରେ ଥିବା ଏକ ପୋଲ ଉପରେ ନୂଆଦିଲ୍ଲୀରୁ ତିରୁବନନ୍ତପୁରମ ଅଭିମୁଖେ ଯାଉଥିବା କେରଳ ଏକ୍ସପ୍ରେସ୍ ଧକ୍କାରେ ଦୁଇ ମହିଳାଙ୍କ ସମେତ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ରେଳବାଇ ଦ୍ୱାରା ଚୁକ୍ତିଭିତ୍ତିକ ଶ୍ରମିକମାନେ ରେଳ ଧାରଣାରୁ ଅଳିଆ ହଟାଇବାରେ ନିୟୋଜିତ ଥିବା ବେଳେ ଦୁର୍ଘଟଣା ଘଟିଥିଲା। ରେଳ ଧାରଣାରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଚତୁର୍ଥ ଜଣଙ୍କ ନଦୀରେ ପଡ଼ିଥିବା ଅନୁମାନ କରାଯାଉଛି। ଆସନ୍ତାକାଲି ନଦୀରୁ ମୃତଦେହ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହେବ। ମୃତକମାନେ ତାମିଲନାଡୁର ବୋଲି ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories