www.samajalive.in
Tuesday, December 9, 2025
16.1 C
Bhubaneswar

ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ନେତୃତ୍ବପୂର୍ଣ୍ଣ ସ୍ଥିତି ଆଡ଼କୁ ଅଗ୍ରସର ହେଉଛି ଭାରତ

ଡେସ୍କ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଭାରତୀୟ ଯୁବକମାନଙ୍କୁ ଆହ୍ୱାନ ଦେଇଛନ୍ତି ଯେ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଦେଶ ବର୍ତ୍ତମାନ ଆମଦାନୀ କରୁଥିବା ଉଚ୍ଚସ୍ତରୀୟ ଜ୍ଞାନକୌଶଳକୁ ସ୍ୱଦେଶୀ ଭାବରେ ବିକଶିତ କରନ୍ତୁ। କାନପୁରସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ୬୫ତମ ପ୍ରତିଷ୍ଠା ଦିବସ ସମାରୋହରେ ଉଦବୋଧନ ଦେଇ ସେ ଏହା କହିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନର ମୁଖ୍ୟ ଚାଳକ ଭାବରେ ଟେକ୍ନୋଲୋଜି ଉପରେ ଆଲୋକପାତ କରିଥିଲେ ଏବଂ ଭୂ-ରାଜନୈତିକ ଫାଇଦା ପାଇଁ ଦେଶଗୁଡ଼ିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି କ୍ଷେତ୍ରରେ ଦକ୍ଷତା ହାସଲ କରିବାକୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବୋଲି କହିଛନ୍ତି। ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଦେଶ ଏକ ନେତୃତ୍ବପୂର୍ଣ୍ଣ ସ୍ଥିତି ଆଡ଼କୁ ଅଗ୍ରସର ହେଉଛି ବୋଲି ଶ୍ରୀ ରାଜନାଥ ସିଂହ ଗୁରୁତ୍ୱାରୋପ କରିଥିଲେ। ଆଇଆଇଟି କାନପୁର ଭଳି ଅନୁଷ୍ଠାନଗୁଡ଼ିକ ଶିକ୍ଷାଗତ ଗତିଶୀଳତାର ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନ୍ ବୋଲି କହିବା ସହ ଭାରତକୁ ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ଉନ୍ନୀତ କରିବାରେ ସହାୟକ ହୋଇପାରିବ ବୋଲି ସେ ଯୁବଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories