www.samajalive.in
Saturday, December 6, 2025
26.1 C
Bhubaneswar

ଭାରତର ପ୍ରଦୂଷିତ ବାୟୁ ଯୋଗୁ ଅଣନିଶ୍ୱାସୀ ପାକିସ୍ଥାନ…କଣ କହିଲେ ମରିୟମ

ଡେସ୍କ: ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଦୂଷଣ ନେଇ ଭାରତର ରାଜ୍ୟସ୍ତରରେ ଲଢ଼େଇ ହେଉଥିଲା, କିନ୍ତୁ ଏବେ ଏହା ସୀମା ଅତିକ୍ରମ କରିଛି। ପାକିସ୍ଥାନ ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ନଓ୍ଵାଜ କହିଛନ୍ତି, ଧୂଆଁକୁ ଦୂର କରିବା ପାଇଁ ଭାରତ ସହ କୂଟନୀତି କରିବାକୁ ପଡ଼ିବ ବୋଲି ମୁଁ ମୋ ଭାରତୀୟ ପଞ୍ଜାବ ପ୍ରତିପକ୍ଷଙ୍କୁ ଚିଠି ଲେଖିବାକୁ ଚିନ୍ତା କରୁଛି।

ମଙ୍ଗଳବାର ଲାହୋରରେ ଏକ ଦୀପାବଳି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଧୂଆଁ ସମସ୍ୟାର ସମାଧାନ ପାଇଁ ଭାରତ ଏବଂ ପାକିସ୍ତାନର ପଞ୍ଜାବ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ୍। ଏହା ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ଏକ ମାନବୀୟ ପ୍ରସଙ୍ଗ।

- Advertisement -


କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମରିୟମ ନୱାଜ କହିଛନ୍ତି, ପଞ୍ଜାବରେ ଧୂଆଁ ସମସ୍ୟା ଟିକେ ଅଧିକ, ବିଶେଷ କରି ଲାହୋରରେ। ଏ ଦିଗରେ ଭାରତ ସହ କୂଟନୀତି କରିବାକୁ ପଡ଼ିବ। ମୁଁ ଭାରତୀୟ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିବାକୁ ଚିନ୍ତା କରୁଛି ଯେ ଏହା ଏକ ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ଏକ ମାନବିକ ପ୍ରସଙ୍ଗ। ସେ କହିଛନ୍ତି, ଆମେ ଯେଭଳି ଭାବେ ଏ ଦିଗରେ ପଦକ୍ଷେପ ନେଉଛୁ, ଭାରତରୁ ମଧ୍ୟ ପଦକ୍ଷେପ ନିଆଯିବା ଦରକାର। ମରିୟମ କହିଛନ୍ତି, ମଝିରେ ସୀମାରେଖା ଅଛି ବୋଲି ପବନ ଜାଣେ ନାହିଁ।

ପାକିସ୍ତାନ ପଞ୍ଜାବର ପରିବେଶ ବିଭାଗ ବିଶ୍ୱାସ କରୁଛି ଯେ ଲାହୋରରେ ବର୍ତ୍ତମାନ ଯେଉଁ ଧୂଆଁ ରହୁଛି ତାହା ଭାରତରୁ ଆସୁଥିବା ପ୍ରଦୂଷିତ ବାୟୁ କାରଣରୁ ହୋଇଛି। ଗତ ସପ୍ତାହରେ ପଞ୍ଜାବର ବରିଷ୍ଠ ମନ୍ତ୍ରୀ ମରିୟମ ଔରଙ୍ଗଜେବଙ୍କ କାର୍ଯ୍ୟାଳୟ ପକ୍ଷରୁ ଲାହୋର ପାଇଁ ଏକ ଜରୁରୀକାଳୀନ ସତର୍କ ସୂଚନା ଜାରି କରାଯାଇଥିଲା। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ଗତ କିଛି ଦିନ ହେବ ପବନର ଦିଗ ବଦଳିଯାଇଛି ଏବଂ ଏହା ଭାରତର ଅମୃତସର ଏବଂ ଚଣ୍ଡିଗଡ଼ ସହରରୁ ୭ କିଲୋମିଟର ବେଗରେ ପାକିସ୍ତାନକୁ ପ୍ରବେଶ କରୁଛି।

ନିକଟରେ ମରିୟମ ନୱାଜ ମଧ୍ୟ ଦୀପାବଳିରେ ନିଜ ରାଜ୍ୟର ହିନ୍ଦୁ ଓ ଶିଖମାନଙ୍କୁ ବଡ ଉପହାର ଦେବାକୁ ଘୋଷଣା କରିଛନ୍ତି। ମରିୟମ ନୱାଜ ଏହା ସହ ଜଡିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିଲେ। ମରିୟମ ନୱାଜଙ୍କ କ୍ୟାବିନେଟ୍ ରାଜ୍ୟର ପ୍ରାୟ ୨୨ ହଜାର ହିନ୍ଦୁ ଓ ଶିଖଙ୍କୁ ୧୦-୧୦ ହଜାର (ପ୍ରାୟ ୩ ହଜାର ଭାରତୀୟ ଟଙ୍କା) ଦେବାକୁ ଘୋଷଣା କରିଛି। ପଞ୍ଜାବ ସରକାର କହିଛନ୍ତି ଯେ ଦୀପାବଳିରେ ହିନ୍ଦୁ ଏବଂ ଗୁରୁ ନାନକ ଜୟନ୍ତୀ ଅବସରରେ ଶିଖମାନଙ୍କୁ ଏହି ଅର୍ଥ ଦିଆଯିବ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories