www.samajalive.in
Monday, December 8, 2025
13.1 C
Bhubaneswar

କନ୍ଧମାଳ ଡିସିପିଓ ଶ୍ରେଷ୍ଠ ଡିସିପିଓ ଭାବେ ସମ୍ବର୍ଦ୍ଧିତ

ଫୁଲବାଣୀ: କନ୍ଧମାଳ ଜିଲାର ଦୁର୍ଗମ ଅଞ୍ଚଳର ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା ଦିଗରେ ଉତ୍ତମ କାର୍ଯ୍ୟପାଇଁ କନ୍ଧମାଳ ଜିଲା ଶିଶୁ ସୁରକ୍ଷା ଅଧିକାରୀ(ଡିସିପିଓ) ରଶ୍ମିତା କରନ୍‌ ରାଜ୍ୟର ଶ୍ରେଷ୍ଠ ଡିସିପିଓ ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି। ଶୁକ୍ରବାର ଭୁବନେଶ୍ୱରଠାରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ୧୪ଶ ବାର୍ଷିକ ଉତ୍ସବ ଅବସରର ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ସଚିବ ସୁଭା ସର୍ମା, ପୁଲିସ ଆଇଜି ଏସ.ସାଇନ, ଓଡ଼ିଶା ଶିଶୁ ସୁରକ୍ଷା ବିଭାଗ ଆୟୁକ୍ତ ମନ୍ଦାକିନି କରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। କରନ୍‌ ଶ୍ରେଷ୍ଠ ଡିସିପିଓ ଭାବେ ସମ୍ବର୍ଦ୍ଧିତ ହେବା ପରେ କନ୍ଧମାଳ ୟୁନିଟ୍‌ ଓ ଜିଲା ପ୍ରଶାସନ ପକ୍ଷରୁ ତାଙ୍କ ଶୁଭେଚ୍ଛା ଜଣାଯାଇଛି।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories