www.samajalive.in
Saturday, December 6, 2025
26.1 C
Bhubaneswar

ସୁନା ବ୍ୟବସାୟୀଙ୍କ ମୃତ୍ୟୁ: ପ୍ରତିବାଦରେ ସିଟି ଜିଏସଟି ଏନଫୋର୍ସମେଣ୍ଟ ଅଫିସ ଘେରାଉ

ଜୟପୁର: ସୁନା ବ୍ୟବସାୟୀଙ୍କ ମୃତ୍ୟୁ ପ୍ରତିବାଦରେ ୧୨ ଘଣ୍ଟିଆ ଜୟପୁର ବନ୍ଦ । ଆଜି ଜୟପୁର ଚ୍ୟାମ୍ବର ଅଫ୍ କମର୍ସ ପକ୍ଷରୁ ସିଟି ଜିଏସଟି ଏନଫୋର୍ସମେଣ୍ଟ ଅଫିସ ଘେରାଉ କରାଯାଇଥିବା ଦେଖିବାକୁ ମିଳିଛି।   ଜୟପୁର ବିଧାୟକ ତାରା ବାହିନୀପତି ମଧ୍ୟ ଘେରାଉରେ ସାମିଲ ହୋଇଛନ୍ତି। ସୂଚନା ଅନୁସାରେ ଗତ ମଙ୍ଗଳବାର ଧନତେରାସ୍ ରେ ସିଟି ଜିଏସଟି ବିଭାଗ ହରପ୍ରସାଦଙ୍କ ଜୁଏଲାରୀ ଦୋକାନରେ ରେଡ୍ କରିଥିଲା । ସେହି ଦିନଠାରୁ ସେ ଚିନ୍ତିତ ଓ ଚାପଗ୍ରସ୍ତ ଥିଲେ। ତାଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ ପୂଜା ପାର୍ବଣ ଦିନ ଜୁଏଲାରୀ ଦୋକାନର ଚଢାଉ ତାଙ୍କୁ ଆଘାତ ଦେଇଥିଲା। ବାରମ୍ବାର ଭାଇଙ୍କ ଦୋକାନରେ ଚଢାଉ କରାଗଲା। ଲୋକ ଲଜ୍ଜା ଓ ଅଧିକ ଚିନ୍ତାଗ୍ରସ୍ତ କାରଣରୁ ତାଙ୍କର ମୃତ୍ୟୁ ହୋଇଛି। ଯାହାର ପ୍ରତିବାଦରେ ଆଜି ଜୟପୁର ଚ୍ୟାମ୍ବର ଅଫ୍ କମର୍ସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories