www.samajalive.in
Saturday, December 6, 2025
14.1 C
Bhubaneswar

କେନାଲରେ ଖସିବା ପରେ ଜଙ୍ଗଲକୁ ଫେରୁଛି ହାତୀଛୁଆ

ଝୁମ୍ପୁରା : ଝୁମ୍ପୁରା ବ୍ଲକ ଜଗଦଳା ଡ଼୍ୟାମ କେନାଲରେ ଖସି ପଡିବା ପରେ ହାତୀପଲ ସହିତ ମାଆ ହାତୀ ଛୁଆକୁ ଛାଡି ଚାଲି ଯାଇ ଥିଲା। ହାତୀ ଛୁଆ କେନାଲରୁ ବାହାରି ନିକଟସ୍ଥ ଏକ ଘର ଭିତରକୁ ପଶି ଯାଇଥିଲା। ହାତୀ ଛୁଆକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିବାକୁ ପ୍ରୟାସ କରୁଛି ବନ ବିଭାଗ। କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ମଲଦା ଫରେଷ୍ଟ ବିଟ୍ ଅନ୍ତର୍ଗତ ଜଗଦଳା ଡ଼୍ୟାମ ନିକଟରେ ଶନିବାର ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ।

ନଭେମ୍ବର ୭ରେ ଶୁକ୍ର କରିବେ ରାଶି ପରିବର୍ତ୍ତନ; ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ..

- Advertisement -

ମିଳିଥିବା ସୂଚନାରୁ ଜଣାଯାଏ, ଶନିବାର ଭୋର ସମୟରେ ଏକ ୧୩ ଟିକିଆ ହାତୀପଲ ଗଓଡଉଆ ଟୋପା ମହାନ୍ତ ସାହି ଆଡ଼ୁ ଜଗଦଳା ନାଳ ପାର କରି ନିକଟସ୍ଥ ଜଙ୍ଗଲକୁ ଫେରୁଥିଲେ। ଏହି ସମୟରେ ଗୋଟିଏ ହାତୀ ଛୁଆ କେନାଲ ଭିତରେ ଖସି ପଡିଥିଲା। ଫଳରେ ମାଆ ହାତୀ ଏବଂ ହାତୀପଲ ତାକୁ ଛାଡି ଜଙ୍ଗଲକୁ ଚାଲି ଯାଇଥିଲେ। ପରେ ହାତୀ ଛୁଆଟି ସେଠାରୁ ଉଠି ନିକଟସ୍ଥ ଏକ ଘରେ ପଶି ଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନବିଭାଗର ଏକ ଟିମ୍ ଗାଁରେ ପହଞ୍ଚି ହାତୀ ଛୁଆକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିବାକୁ ବନ ବିଭାଗ ତରଫରୁ ପ୍ରୟାସ ଆରମ୍ଭ କରିଛନ୍ତି। ବନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ରହି ହାତୀ ଛୁଆକୁ ଦଳରେ ମିଶାଇବାକୁ ଉଦ୍ୟମ ଜାରି ରଖିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories