www.samajalive.in
Friday, December 5, 2025
20.1 C
Bhubaneswar

ଚାଷ ଜମିରେ ପାଣି ମଡାଇବାକୁ ନେଇ ଯୁବକଙ୍କୁ ହତ୍ୟା !

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା କୁସରାବ ଗାଁରେ ଅଭାବନୀୟ ଘଟଣା ଘଟିଛି। ଚାଷ ଜମିରେ ପାଣି ମଡାଇବାକୁ ନେଇ ହତ୍ୟାକାଣ୍ଡ ଘଟିଛି। ମୃତକ ପଞ୍ଚୁ ଗୌଡ ବୋଲି ଜଣାପଡିଛି। ସୂଚନା ଅନୁସାରେ ଶୁକ୍ରବାର ରାତିରେ ପଞ୍ଚୁ  ବିଲକୁ ପାଣି ମଡାଇବାକୁ ଯାଇଥିଲେ। ସେଠାରେ ଗାଁର କିଛି ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା।  ପରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ଏଥିରେ ଉତ୍ୟକ୍ତ ହୋଇ କିଛି ଯୁବକ ପଞ୍ଚୁଙ୍କୁ ଏକ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ। ସେପଟେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପଞ୍ଚୁ ଘରକୁ ନଫେରିବାରୁ ତାଙ୍କର ଦୁଇ ଭାଇ ବହୁ ଖୋଜାଖୋଜି କରିଥିଲେ। ହେଲେ କୌଣସି ପତ୍ତା ମିଳିନଥିଲା। ଆଜି ଭୋର୍ ସମୟରେ ସ୍ଥାନୀୟ ଲୋକ ବିଲ ନିକଟରେ ପଞ୍ଚୁଙ୍କର ମୃତଦେହ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଏବଂ ପୁଲିସ୍ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories