www.samajalive.in
Monday, December 15, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ; ଭିମ୍‌ସାରରେ ଡାକ୍ତରୀ ଛାତ୍ରଙ୍କ ବିଶୃଙ୍ଖଳିତ ଆଚରଣ, ଛାତ୍ରାବାସ ଉପରକୁ ରକେଟ୍‌ ବାଣ ମାଡ..

ବୁର୍ଲା : ବୁର୍ଲା ସହରରେ ଲୋକେ ପୂଜାର୍ଚ୍ଚନା ସହିତ ମିଠା ଖାଇ ଏବଂ ବାଣଫୁଟାଇ ମଉଜ ମସ୍ତି କରି ଦୀପାବଳୀ ମନାଇଥିଲେ । କିନ୍ତୁ ଭିମ୍‌ସାରର କିଛି ଡାକ୍ତରୀ ଛାତ୍ରମାନଙ୍କ ବିଶୃଙ୍ଖଳିତ ଆଚରଣ ଦେଖିବାକୁ ମିଳିଛି । ଗୋଟିଏ ଛାତ୍ରାବାସରୁ ଆଉ ଗୋଟିଏ ଛାତ୍ରାବାସକୁ ବାଣ ଫୋଟକା,ରକେଟ୍‌ ମାଡ କରିଛନ୍ତି । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଏହା ଖୁବ୍‌ ବିପଦପୂର୍ଣ୍ଣ ଓ ଜୀବନ ପ୍ରତି ବିପଦ ଥିବା ବେଳେ ଛାତ୍ରମାନେ ଏଥିରେ ତିଳେ ମାତ୍ର ଭୟ ନକରି ମଜା କରୁଥିବା ଦେଖାଯାଇଛି । ଏପରିକି ବାଣ ମାଡ କରୁଥିବା ଛାତ୍ର ଏକ ହେଲମେଟ ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଛି । ଏହାକୁ ଦେଖିଲେ ଏକ କୃତ୍ରିମ ଯୁଦ୍ଧ କ୍ଷେତ୍ରର ଭ୍ରମ ସୃଷ୍ଟି କରୁଛି ।

ନଭେମ୍ବର ୭ରେ ଶୁକ୍ର କରିବେ ରାଶି ପରିବର୍ତ୍ତନ; ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ..

ନଭେମ୍ବର ଶେଷ ସୁଦ୍ଧା ମିଳିବ ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା-ଉପମୁଖ୍ୟମନ୍ତ୍ରୀ

- Advertisement -

ମିଳିଥିବା ସୂଚନାନୁଯାୟୀ, ଛାତ୍ରାବାସ ମଧ୍ୟରେ ୨ ଦୁଇଗୋଷ୍ଠୀ ମଧ୍ୟରେ ଏପରି ରକେଟ୍‌ ମାଡ ଦୃଶ୍ୟ ଦେଖାଯାଇଥିଲା । ଗୋଟିଏ ଗୋଷ୍ଠୀ ଛାତ୍ରାବାସ ଉପରକୁ ଲକ୍ଷ୍ୟ କରି ରକେଟ୍‌ ମାଡ କରୁଥିବା ବେଳେ ଅନ୍ୟପଟେ ବିପକ୍ଷ ଗୋଷ୍ଠୀ ଛାତ୍ରମାନେ ପୁଣି ସମାନ ଢଙ୍ଗରେ ରକେଟ୍ ମାଡ କରୁଛନ୍ତି ।
ଭିଡିଓ ଭାଇରାଲ ପରେ ଭିମ୍‌ସାର୍ ନିର୍ଦ୍ଦେଶକ ମଧ୍ୟ ଏହି ଘଟଣା ଦେଖି ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏଭଳି ହେବାକଥା ନୁହେଁ ବୋଲି ମତବ୍ୟକ୍ତ କରିଛନ୍ତି । ଏଥିପ୍ରତି ଛାତ୍ରଛାତ୍ରୀ ମାନେ ଧ୍ୟାନ ଦେବା ସହିତ କର୍ତ୍ତୃପକ୍ଷ ମଧ୍ୟ ଏଭଳି ଦୀପାବଳୀ ପାଳନ ଉପରେ କଟକଣା ଲଗାଇବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଭୁବନେଶ୍ୱରରେ ‘ମୋ ବସ୍‌’ ଧକ୍କାରେ ୨ ଗୁରୁତର; କଟିଗଲା ଯୁବତୀଙ୍କ ହାତ..

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories